Home Top News କେନ୍ଦ୍ର ଦ୍ବାରା ମୋଟା ଶସ୍ୟର କ୍ରୟ, ଆବଣ୍ଟନ, ବିତରଣ ଏବଂ ବିକ୍ରି ପାଇଁ ମାର୍ଗଦର୍ଶିକାରେ ସଂଶୋଧନ

କେନ୍ଦ୍ର ଦ୍ବାରା ମୋଟା ଶସ୍ୟର କ୍ରୟ, ଆବଣ୍ଟନ, ବିତରଣ ଏବଂ ବିକ୍ରି ପାଇଁ ମାର୍ଗଦର୍ଶିକାରେ ସଂଶୋଧନ

73

ଜଅ ଓ ମାଣ୍ଡିଆର ବିତରଣ ଅବଧି ପୂର୍ବର ୩ ମାସରୁ ବଢ଼ାଇ ଯଥାକ୍ରମେ ୬ ଓ ୭ ମାସ କରାଯାଇଛି
ନୂଆ ମାର୍ଗଦର୍ଶିକା ସାର୍ବଜନିକ ବିତରଣ ପ୍ରଣାଳୀ (ପିଡିଏସ) ମାଧ୍ୟମରେ ମୋଟା ଶସ୍ୟର କ୍ରୟ/ବ୍ୟବହାର ବୃଦ୍ଧି ହେବ
କ୍ଷୁଦ୍ର ଓ ଗରିବ ଚାଷୀ ଚାଷୀ ଯେଉଁମାନେ ପିଡିଏସର ହିତାଧିକାରୀ ଅଟନ୍ତି, ସେମାନଙ୍କୁ ଜଅର କ୍ରୟ ଏବଂ ପୁନଶ୍ଚ ୧ ଟଙ୍କା ପ୍ରତି କିଲୋ ମୂଲ୍ୟରେ ଏହାର ବିତରଣରୁ ଲାଭ ହେବ

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ମୋଟା ଶସ୍ୟର କ୍ରୟ ତା ୨୧.୦୩.୨୦୧୪ / ୨୬.୧୨.୨୦୧୪ ର ମାର୍ଗଦର୍ଶିକା ଦ୍ବାରା ମୋଟା ଶସ୍ୟର କ୍ରୟ, ଆବଣ୍ଟନ, ବିତରଣ ଏବଂ ବିକ୍ରିକୁ ନିୟନ୍ତ୍ରିତ କରାଯାଇଥିଲା। ଏହି ମାର୍ଗଦର୍ଶିକା ଅନୁସାରେ ରାଜ୍ୟକୁ କେନ୍ଦ୍ରୀୟ ପୁଲ୍ ଅନୁସାରେ ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ରେ ମୋଟା ଶସ୍ୟ କ୍ରୟର ଅନୁମତି ଦିଆଯାଇଥିଲା। ଏଥିପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଙ୍କ ପରାମର୍ଶରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିସ୍ତୃତ କ୍ରୟ ଯୋଜନାକୁ ଭାରତ ସରକାରଙ୍କ ପ୍ରାକ୍ ସ୍ବୀକୃତି ଆବଶ୍ୟକ ଥିଲା। ଏହାର କ୍ରୟ ଅବଧି ସମାପ୍ତ ହେବାର ୩ ମାସ ମଧ୍ୟରେ ଶସ୍ୟର ସମ୍ପୂର୍ଣ୍ଣ ଭାବରେ ଆବଣ୍ଟିତ କରାଯିବା ଆବଶ୍ୟକ।

ଏହି ମାର୍ଗଦର୍ଶିକା ରାଜ୍ୟ ଦ୍ବାରା ମୋଟା ଶସ୍ୟର କ୍ରୟକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟକୁ ପୂରଣ କରିଛି। ଏହା ଗତ ୩ ବର୍ଷରେ ମୋଟା ଶସ୍ୟର କ୍ରୟରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଯଦିଓ, ଏହା ଦେଖା ଯାଇଛି ଯେ ଏହାର ସଂରକ୍ଷଣ ଏବଂ ବ୍ୟବହାରର ଅବଧି ନିର୍ବିଶେଷରେ କିଛି ରାଜ୍ୟ ସରକାରଙ୍କର ସମୁଦାୟ ଶସ୍ୟ ବିତରଣ ଅବଧି କୁ ନେଇ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ଯାହାକି କ୍ରୟ ଓ ବିତରଣ କାର୍ଯ୍ୟ ପ୍ରତ୍ୟେକ ପାଇଁ ୩ ମାସ ରହିଥିଲା।

କିଛି ରାଜ୍ୟରେ ମୋଟା ଶସ୍ୟର କ୍ରୟ/ ବିତରଣରେ ଆସୁଥିବା ସମସ୍ୟାକୁ ଦୂର କରିବା ଏବଂ କେନ୍ଦ୍ରୀୟ ପୁଲ୍ ଅନୁସାରେ ମୋଟା ଶସ୍ୟର କ୍ରୟକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ସହିତ ବିଚାର ବିମର୍ଷ କରାଯାଇଛି।

ହିତାଧିକାରୀଙ୍କ ସହିତ ହୋଇଥିବା ଆଲୋଚନା ଆଧାରରେ ଭାରତ ସରକାର ମୋଟା ଶସ୍ୟ ର କ୍ରୟ, ଆବଣ୍ଟନ, ବିତରଣ ଏବଂ ବିକ୍ରି ପାଇଁ ତା.୨୧.୦୩.୨୦୧୪ /୨୬.୧୨.୨୦୧୪ ର ମାର୍ଗଦର୍ଶିକାରେ ସଂଶୋଧନ କରିଛନ୍ତି।

ତା୦୭.୧୨.୨୦୨୧ ର ସଂଶୋଧିତ ମାର୍ଗ ଦର୍ଶିକର ମୁଖ୍ୟ ବିଶେଷତ୍ତ୍ବ ଏହି ପ୍ରକାର ଅଟେ :

୧. ଜଅ ଓ ମାଣ୍ଡିଆର ବିତରଣ ଅବଧି ପୂର୍ବର ୩ ମାସକୁ ବଢ଼ାଇ ଯଥାକ୍ରମେ ୬ ଓ ୭ ମାସ କରାଯାଇଛି। ଏହାଦ୍ବାରା ଏହି ଶସ୍ୟର କ୍ରୟ ଓ ବ୍ୟବହାରରେ ବୃଦ୍ଧି ହେବ କାରଣ ରାଜ୍ୟ ନିକଟରେ ଏହି ଶସ୍ୟର ଲକ୍ଷ୍ୟ ରହିଥିବା ସାର୍ବଜନିକ ବିତରଣ ପ୍ରଣାଳୀ/ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ଆବଣ୍ଟନ କରିବା ପାଇଁ ଅଧିକ ସମୟ ମିଳିବ।

୨. ଏଥିରେ କ୍ରୟ ଆରମ୍ଭ ହେବା ପୂର୍ବରୁ ଉପଭୋକ୍ତା ରାଜ୍ୟ ଦ୍ବାରା ରଖାଯାଇଥିବା ଅଗ୍ରୀମ ଦାବିକୁ ପୂରଣ କରିବା ପାଇଁ ଏଫସିଆଇ ମାଧ୍ୟମରେ ଅତିରିକ୍ତ ମୋଟା ଶସ୍ୟର ଆନ୍ତ ରାଜ୍ୟ ପରିବହନର ବ୍ୟବସ୍ଥାକୁ ସାମିଲ୍ କରାଯାଇଛି।

୩. ନୂଆ ମାର୍ଗଦର୍ଶିକା ସାର୍ବଜନିକ ବିତରଣ ପ୍ରଣାଳୀ (ପିଡିଏସ୍) ମାଧ୍ୟମରେ ମୋଟା ଶସ୍ୟର କ୍ରୟ/ ବ୍ୟବହାର ବଢ଼ାଯିବ। ଯେହେତୁ ଏହି ଫସଲଗୁଡ଼ିକ ସାଧାରଣ ଭାବରେ ସୀମାନ୍ତ ଓ ଅଣଜଳସେଚିତ ଭୂମିରେ କରାଯାଇଥାଏ, ଏଥିପାଇଁ ଏହାର ଉତ୍ପାଦନ ବୃଦ୍ଧି ସ୍ଥାୟୀ ଚାଷ ଓ ଫସଲର ବିଭିନ୍ନତାକୁ ପ୍ରୋତ୍ସାହିତ କରିବ। କ୍ରୟ ବଢ଼ିବା ଦ୍ବାରା ଏହି ଫସଲ ଦ୍ବାରା ଲାଭବାନ୍ ହେଉଥିବା ଚାଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିବ।

୪. କ୍ଷୁଦ୍ର ଓ ଗରିବ ଚାଷୀ ଚାଷୀ ଯେଉଁମାନେ ପିଡିଏସର ହିତାଧିକାରୀ ଅଟନ୍ତି, ସେମାନଙ୍କୁ ଜଅର କ୍ରୟ ଏବଂ ପୁନଶ୍ଚ ୧ ଟଙ୍କା ପ୍ରତି କିଲୋ ମୂଲ୍ୟରେ ଏହାର ବିତରଣରୁ ଲାଭ ହେବ। କ୍ଷେତ୍ର ବିଶେଷରେ ଉତ୍ପାଦିତ ହେଉଥିବା ମୋଟା ଶସ୍ୟ ସ୍ଥାନୀୟ ବ୍ୟବହାର ପାଇଁ ଆବଣ୍ଟିତ କରାଯାଇପାରେ ଯଦ୍ବାରା ଗହମ/ ଚାଉଳର ପରିବହନର ଖର୍ଚ୍ଚ ହ୍ରାସ ପାଇବ।

୫. ମୋଟା ଶସ୍ୟ ଅତ୍ୟଧିକ ପୋଷକ, ଅମ୍ଳମୁକ୍ତ, ଗ୍ଲୁଟେନ ମୁକ୍ତ ଓ ପୋଷକଯୁକ୍ତ ଅଟେ। ଏହା ବ୍ୟତୀତ ପିଲା ଓ କିଶୋରଙ୍କ ଠାରେ କୁପୋଷଣ ବିପକ୍ଷରେ ଆମର ସଂଗ୍ରାମକୁ ମଜବୁତ କରିବାରେ ମୋଟା ଶସ୍ୟର ଗ୍ରହଣ ବହୁତ ସହାୟକ ହେବ କାରଣ ଏହାଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ଓ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.