Home ଓଡ଼ିଶା କେନ୍ଦ୍ର କୃଷି ଆଇନ୍ ୨୦୨୦କୁ ବାତିଲ୍ ଦାବିରେ ରଣପୁର ଚାଷିଙ୍କ ପ୍ରତିରୋଧ ଓ ପ୍ରତିବାଦ

କେନ୍ଦ୍ର କୃଷି ଆଇନ୍ ୨୦୨୦କୁ ବାତିଲ୍ ଦାବିରେ ରଣପୁର ଚାଷିଙ୍କ ପ୍ରତିରୋଧ ଓ ପ୍ରତିବାଦ

62

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୫/୯- କେନ୍ଦ୍ର ସରକାରଙ୍କର କୃଷକ ଓ କୃଷି ସର୍ବନାଶକାରି ତିନିଗୋଟି କୃଷି ଆଇନ୍ ୨୦୨୦ବାତିଲ୍ ଦାବିରେ ରଣପୁର ବ୍ଲକ କୃଷକସଭାର ଚାଷିମାନେ ସେପ୍ଟେମ୍ବର ୨୫ ତାରିଖରେ ପ୍ରତିବାଦ ଓ ପ୍ରତିରୋଧ କରିଥିବା  ଜଣାପଡିଛି । ସାରା ଦେଶ ବ୍ୟାପି କୃଷକ ସଙ୍ଗଠନମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସି.ପି.ଆଇ.(ଏମ) ସମର୍ଥନ ଓ ସି.ଆଇ.ଟି.ୟୁ. ଓ ସମର୍ଥନରେ ରଣପୁରରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଇଅଛି । ରଣପୁର ଶହିଦ୍ ରଘୁଦିବାକର ଭବନ ଠାରୁ ଚାଷି ମାନଙ୍କର ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ରଣପୁର ପଂଚୁଦଳ ପଡିଆଠାରେ  ରାସ୍ତା ରୋକ କରି ଏକ ପ୍ରତିବାଦ ସଭା କରାଯାଇଥିଲା । ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଟିତ ହୋଇଥିଲା । କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ଦୃଢ ନିନ୍ଦା କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତିକୁ ସମାଲୋଚନା  କରାଯାଇଥିଲା  । କେନ୍ଦ୍ର ସରକାର କୃଷିକ୍ଷେତ୍ରକୁ  ପୁଞ୍ଜିପତି ମାନଙ୍କ ହାତକୁ ଟେକିଦେବା ପାଇଁ ନୁଆ କୃଷି ଆଇନ୍ କରିଥିବା ଅଭିଯୋଗ ହୋଇଥିଲା । କୃଷି ବ୍ୟବସ୍ଥାରୁ ମଣ୍ଡିର ଘରୋଇ କରଣ ନିତ୍ୟ ବ୍ୟବହାର୍ଯ୍ୟ ତାଲିକାରୁ ଆଳୁ, ପିଆଜ, ଡାଲି ଆଦି କୋଡିଏଟି ସାମଗ୍ରୀର ପ୍ରତ୍ୟାହାର ଚୁକ୍ତିଭିତିକ ଚାଷ ଆଇନ୍‌କୁ ବାତିଲ୍ କରିବା ପାଇଁ ଦାବି କରାଯାଇଥିଲା । ଏହି ସଭାରେ ଶ୍ରମିକ ନେତା ସୁରେଶ ସ୍ୱାଇଁ, ଦୁଃସାଶନ ଜେନା , ରଜତ୍ ଜେନା, ଭିକାରି ସାହୁ, ସୁଶିଲ୍ ମହାନ୍ତି, ଛାତ୍ର ନେତା ବିପ୍ଲବ ମିଶ୍ର, ସବ୍ୟସାଚୀ ସେନାପତି ଓ ସଚଳା ମହାପତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.