Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଯୋଜନାରେ ଅନିୟମିତତା , ବନ୍ତ ବିଜେପିର ଜନଆନ୍ଦୋଳନ ଓ ପ୍ରତିବାଦ ସଭା

କେନ୍ଦ୍ରୀୟ ଯୋଜନାରେ ଅନିୟମିତତା , ବନ୍ତ ବିଜେପିର ଜନଆନ୍ଦୋଳନ ଓ ପ୍ରତିବାଦ ସଭା

45

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତବର୍ଷ କୋଭିଡ଼ ମହାମାରୀ ଦ୍ୱାରା କବଳିତ ହୋଇଥିବା ବେଳେ ଦେଶର ଅର୍ଥନୀତି ଓ ବିକାଶଧାରାକୁ ସନ୍ତୁଳିତ କରିବା ପାଇଁ କେନ୍ଦ୍ରସରକାର ବିଭିନ୍ନ ସହାୟତା ଯୋଗାଇ ଆସୁଥିବା ବେଳେ ରାଜ୍ୟସରକାର ଏହାକୁ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନେଇ ଟାଳଟୁଳ ନୀତି ଆପଣେଇଛନ୍ତି । ଫଳରେ ପ୍ରକୃତ ହିତାଧିକାରୀ ଅନେକ କେନ୍ଦ୍ରୀୟ ଯୋଜନାରୁ ବାଦ ପଡ଼ୁଥିବା ବେଳେ ସରକାରଙ୍କ ମୂଳଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ । ଏହାର ପ୍ରତିବାଦରେ ଆଜି ବନ୍ତ ବିଜେପି ପକ୍ଷରୁ ଜନଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଭଣ୍ଡାରିପୋଖରୀ ବିଧାନସଭାର ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସ୍ଥାନୀୟ ଜଳସେଚନ କାର୍ଯ୍ୟାଳୟ ଠାରୁ ବାହାରି ହାତରେ ବ୍ୟାନର ଓ ପାର୍ଟି ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ । ସେଠେରେ ଆୟୋଜିତ ପ୍ରତିବାଦ ସଭାକୁ ପ୍ରାକ୍ତନ ସରପଞ୍ଚ ପଙ୍କଜିନୀ ଲେଙ୍କା ସଭାପତିତ୍ୱ କରିଥିଲେ । ଏଥିରେ ବିଧାନସଭା ନେତା ଶ୍ରୀଧଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରିବା ସହିତ ଦଳୀୟ ଭିତ୍ତିରେ କାର୍ଯ୍ୟକରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ରାଜ୍ୟ ବିଜେପି ସମ୍ପାଦକ ତଥା ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ କହିଲେ, ବିଭିନ୍ନ ଭତ୍ତା, ଆମ୍ପାନ ଅନୁଦାନର ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାନଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ଜରିଆରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନବକିଶୋର ବଳ, ଓଡ଼ଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶଙ୍କର୍ଷଣ ଜେନା, ତପନ ବାରିକ, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ସାହୁ, ମାଧବାନନ୍ଦ ବିଶ୍ୱାଳ, ତାପସ ଖଣ୍ଡାଇ, ଗଦାଧର ରାଉତ, ନିରାକାର ବାରିକ, ପ୍ରସନ୍ନ ଗିରି, ରବିନାରାୟଣ ସାହୁ, ଦେବେନ୍ଦ୍ର ଜେନା, ତାପସ ଜେନା, ମଣ୍ଟୁ ମଲିକ, ଜିତେନ କୁମାର ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଡ଼ିଓଙ୍କୁ ୫ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ଲକରେ ମନେରଗା କାର୍ଯ୍ୟକ୍ରମ ଆଶାନୁରୂପ ହୋଇପାରି ନାହିଁ ଏହାକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ପଞ୍ଚାୟତରୁ ଗ୍ରହଣ କରାଯାଇଥିବା ଆବେଦନକୁ ବିଡ଼ିଓଙ୍କୁ ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦଳୀୟ ପଦାଧିକାରୀ ଦାବୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.