Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ମଧ୍ୟାହ୍ନ ଭୋଜନ ପରିଦର୍ଶକଙ୍କ ତିଶଳପୁର ବିଦ୍ୟାଳୟ ପରିଦର୍ଶନ

କେନ୍ଦ୍ରୀୟ ମଧ୍ୟାହ୍ନ ଭୋଜନ ପରିଦର୍ଶକଙ୍କ ତିଶଳପୁର ବିଦ୍ୟାଳୟ ପରିଦର୍ଶନ

3

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ତିଶଳପୁର ସରକାରୀ ଉ.ପ୍ରା ବିଦ୍ୟାଳୟକୁ ଗତକାଲି ଦିନ ସାଢ଼େ ଏଗାରଟା ସମୟରେ କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଟିମ ପରିଦର୍ଶନରେ ଆସିଥିଲେ । ସେମାନଙ୍କ ମଧ୍ୟରେ ୟୁଏନ ଡବ୍ଲ୍ୟୁ ଏଫ୍‌ପି ମୋନା ଜେଠୱା, ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ତଥା ବ୍ଲକ ଯୋଗାଣ ନିରୀକ୍ଷକ ବାବୁଲାଲ ବାରିକ ପ୍ରଭୃତି ବିଦ୍ୟାଳୟରେ ପହଂଚି ରୋଷେଇ କାର୍ଯ୍ୟ ତଦାରଖ କରିବା ସଙ୍ଗେସଙ୍ଗେ ପିଲାମାନଙ୍କର ମଧ୍ୟାହ୍ନ ଭୋଜନକୁ ମଧ୍ୟ ଟିକିନିଖି ତଦାରଖ କରିଥିଲେ । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଷ୍ଟକ ରୁମ୍ ଓ କିଚେନ୍ ଗାର୍ଡେନ ଆଦି ମଧ୍ୟ ବୁଲି ଦେଖି ଥିଲେ । ଏଥି ସଙ୍ଗେସଙ୍ଗେ ଫର୍ଟିଫାଏଡ୍ ରାଇସ୍ ର ରୋଷେୟ ପ୍ରଣାଳୀ କିପରି ହେବା ଉଚିତ ଏବଂ କିପରି ହେଉଛି- ତାହା ମଧ୍ୟ ପାଚିକା-ସହାୟିକା ମାନଙ୍କୁ ପଚାରି ବୁଝିଥିଲେ । ବିଦ୍ୟାଳୟର ପାଚିକା ମିନତୀ କବି ରୋଷେଇ ପାଇଁ ରାଜ୍ୟ ସ୍ତରୀୟ ବେଷ୍ଟ ସିସିଏଚ୍ ଆୱାର୍ଡ ପାଇଥିବା ବିଷୟ ଜାଣି ଖୁସି ବ୍ୟକ୍ତ କରିଥିଲେ । ଶେଷରେ ବିଦ୍ୟାଳୟର ବାଟିକା ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ମଧ୍ୟାହ୍ନ ଭୋଜନ ବିଷୟରେ ସବିଶେଷ ବିବରଣୀ ପାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ଖୁଂଟିଆ ଉକ୍ତ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ଶୁକ୍ଳ, ସୁରେନ୍ଦ୍ର ପଲ୍ଲାଇ, ମନୋଜ କୁମାର ଦାସ, ଦୀପକ ନାୟକ, ବଟକୃଷ୍ଣ ମହାପାତ୍ର, ମୀରାଲକ୍ଷ୍ମୀ ମହାନ୍ତି, ନିରୁପମା ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.