ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ପାଠପଢ଼ା କାର୍ଯ୍ୟକ୍ରମ ଜାରି ରଖିବା ନିମନ୍ତେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍ବୟମ ଏବଂ ସ୍ବୟଂ ପ୍ରଭା ସମେତ ଅନ୍ୟାନ୍ୟ ଅନଲାଇନ ଡିଜିଟାଲ ମାଧ୍ୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର କୁଳପତିମାନଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଅନଲାଇନ ପରୀକ୍ଷା କରିବା ସଂକ୍ରାନ୍ତରେ ପରାମର୍ଶ ଦେବା ଲାଗି ଏକ ସମିତି ଗଠନ କରାଯାଇଛି। ଏଥିରେ ଇଗ୍ନୋର କୁଳପତି ପ୍ରଫେସର ନାଗେଶ୍ବର ରାଓ ଅଧ୍ୟକ୍ଷ ରହିଛନ୍ତି।