କୋଲାବିରା, ୧୯।୧୨ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) କେନ୍ଦ୍ରୀୟ ବିଦ୍ୟାଳୟ ଝାରସୁଗୁଡା ପ୍ରାଙ୍ଗଣରେ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ତଥା କେନ୍ଦ୍ରୀୟ ବିଦ୍ୟାଳୟ ର୫୬ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଝାରସୁଗୁଡାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୂକ୍ତ ତ୍ରୀଲୋଚନ ମାଝୀ ମୁଖ୍ୟ ଅତିଥି ଭାବରେ ଏବଂ ବିଦ୍ୟାଳୟ ପ୍ରବନ୍ଧନ ସମିତିର ମୁଖ୍ୟ ଶ୍ରୀଯୂକ୍ତ କେସି ନାୟକସମ୍ମାନୀତ ଅତିଥି ରୁପେ ଯୋଗଦେଇଥିଲେ। ଏହା ସହିତ ଶିକ୍ଷକ ଅଭିଭାବକ ସଂଘର ଉପସଭାପତି ଲଲିତ ମଗର, ଜବାହର ନବୋଦୟ ବିଦ୍ୟାଳୟ ଝାରସୁଗୁଡାର ଅଧ୍ୟକ୍ଷା ଶ୍ରୀମତୀ ଦୀକ୍ଷା ଜ୍ୟୋତି ମିଶ୍ର ଏବଂ ଲିଟିଲ ଏଞଲ ସ୍କୁଲ ବ୍ରଜରାଜନାଗରର ନିଦ୍ଦେର୍ଶକ ଶ୍ରୀଯୂକ୍ତ ଜମିଲ ଅହମ୍ମଦ ବିଶିଷ୍ଟ ଅତିଥର ଭାବରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଅକ୍ଷ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ କୁମାର ଶର୍ମା ତାଙ୍କର ସ୍ୱାଗତ ଭାଷଣରେ କେନ୍ଦ୍ରୀୟ ବିଦ୍ୟାଳୟର ଗଠନର ଉଦ୍ଦେଶ୍ୟ ତଥା ଏକ ସୁସ୍ଥ ଶରୀର ଗଠନରେ କ୍ରୀଡାର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷର୍କ ଡ୍ରିଳ ଏବଂ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ମାଝୀ କେନ୍ଦ୍ରୀୟ ବିଦ୍ୟାଳୟ ଝାରସୁଗୁଡାର କ୍ରିୟାକଳାପ ର ବୂୟସୀ ପ୍ରଶଂସା କରିଥିଲେ। ଶେଷରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା।ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାକେଶ କୁମାର ପ୍ରଧାନ କ୍ରୀଡା ପରିଚାଳନା କରିଥିଲେ ତଥା ଶିକ୍ଷକ କୁଂଜ ବିହାରୀ ପଧାନ ମଂଚ ପରିଚାଳନା କରିଥିଲେ।