Home ଓଡ଼ିଶା କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ ତମ ବୈଠକ ଅନୁଷ୍ଠିତ

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ ତମ ବୈଠକ ଅନୁଷ୍ଠିତ

30

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ ତମ ବୈଠକ ଆଜି ଜାତୀୟ ପ୍ରାଣୀ ଉଦ୍ୟାନ, ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇ ଯାଇଛି।

ସୁଶ୍ରୀ ଲୀଲା ନନ୍ଦନ, ସଚିବଙ୍କ ସମେତ ଏମ୍‌ଓଇଏଫ୍ ଏବଂ ସିସିର ଅଧିକାରୀ, ଶ୍ରୀ ଚନ୍ଦ୍ର ପ୍ରକାଶ ଗୋଏଲ୍‌, ମହାନିର୍ଦ୍ଦେଶକ ବନ ଏବଂ ବିଶେଷ ସଚିବ, ଡଃ ଏସ୍‌. ପି, ଯାଦବ, ନିର୍ଦ୍ଦେଶକ, ଭାରତୀୟ ବନ୍ୟ ଜୀବ ସଂସ୍ଥାନ, ଶ୍ରୀ ବିଭାସ ରଞ୍ଜନ, ଅତିରିକ୍ତ ମହାନିର୍ଦ୍ଦେଶକ (ବନ୍ୟ ଜୀବ), ଶ୍ରୀ ପ୍ରବୀର ପାଣ୍ଡେ, ଅତିରିକ୍ତ ସଚିବ ଏବଂ ବିତୀୟ ପରାମର୍ଶଦାତା, ଭାରତୀୟ ପଶୁ ଚିକିତ୍ସା ଗବେଷଣା ସଂସ୍ଥା ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ୍ ଆର୍କିଟେକଚର୍‌ର ପ୍ରତିନିଧି ଏବଂ ଅନ୍ୟ ସଦସ୍ୟ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ।

ବୈଠକର ପ୍ରମୁଖ ବିଶେଷତା ଗୁଡିକ ମଧ୍ୟରେ ଦୁଇଟି ପ୍ରକାଶନର ଉନ୍ମୋଚନ ସାମିଲ୍ ଥିଲା – ସ୍ନୋ ଲିଓପାଡ୍ ନିମନ୍ତେ ଜାତୀୟ ଷ୍ଟଡ୍‌ବୁକ୍ ଏବଂ ସିଜେଡ୍‌ଏ ତ୍ରୈମାସିକ ନ୍ୟୁଜ୍ ଲେଟର ଏକ୍ସ – ସିଟୁ ଅପଡେଟ୍।

ସିଜେଡ୍‌ଏ ଦ୍ୱାରା ବିତୀୟ ବର୍ଷ ୨୦୨୧ -୨୨ ସମୟରେ କରା ଯାଇଥିବା ନିମ୍ନଲିଖିତ କାର୍ଯ୍ୟକଳାପ ଗୁଡିକ ସମ୍ପର୍କରେ ସଦସ୍ୟ ମାନଙ୍କୁ ଅବଗତ କରା ଯାଇଥିଲା :

କ. ୧୮ଟି ପ୍ରାଣୀ ଉଦ୍ୟାନ ଗୁଡିକର ମୂଲ୍ୟାଙ୍କନ କରା ଯାଇଛି, ପ୍ରାଣୀ ଉଦ୍ୟାନ ଗୁଡିକ ନିମନ୍ତେ ୧୦ଟି ମାଷ୍ଟର ପ୍ଲାନ୍‌କୁ ମଞ୍ଜୁରୀ ପ୍ରଦାନ କରା ଯାଇଛି।

ଖ. ଭାରତୀୟ ପ୍ରାଣୀ ଉଦ୍ୟାନ ଗୁଡିକରେ ସଂରକ୍ଷଣ ପ୍ରଜନନ ଏବଂ ସଂରକ୍ଷଣ ଶିକ୍ଷାର ପ୍ରୟୋଜନ ଗୁଡିକ ନିମନ୍ତେ ୬୯ ଜାତୀୟ ଏବଂ ୧୦ ଅନ୍ତର୍ଜାତୀୟ ପଶୁ ମାନଙ୍କୁ ଅଧିଗ୍ରହଣ / ସ୍ଥାନାନ୍ତରଣ କରା ଯାଇଛି।

ଗ. ପ୍ରାଣୀ ଉଦ୍ୟାନ ଗୁଡିକରେ (ବିଶ୍ୱରେ ପ୍ରଥମ ଥର ପାଇଁ) ପରିଚାଳନା ପ୍ରଭାବଶୀଳତା ମୂଲ୍ୟାଙ୍କନ (ଏମ୍‌ଇଇ – ପ୍ରାଣୀ ଉଦ୍ୟାନ) ୩୯ ମାନ୍ୟତା ପ୍ରାପ୍ତ ପ୍ରାଣୀ ଉଦ୍ୟାନ ଗୁଡିକରେ (ବଡ ଏବଂ ମଧ୍ୟମ ଆକାରର ପ୍ରାଣୀ ଉଦ୍ୟାନ) କରା ଯାଇଛି।

ଘ. ୧୨ ମାର୍ଚ୍ଚ ୨୦୨୧ରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଆଜାଦୀର ଅମୃତ ମହୋତ୍ସବ ନିମନ୍ତେ ପାଳନ କରା ଯାଉଥିବା ଉତ୍ସବରେ ସାରା ଦେଶର ପ୍ରାଣୀ ଉଦ୍ୟାନ ସକ୍ରିୟ ରୂପରେ ଭାଗ ନେଉଛନ୍ତି। ଏହି କାର୍ଯ୍ୟକ୍ରମରେ ବର୍ତମାନ ସୁଦ୍ଧା ୭୨ଟି ପ୍ରାଣୀ ଉଦ୍ୟାନକୁ ସାମିଲ୍ କରା ଯାଇଛି, ଯେଉଁଥିରେ ୭୨ ସପ୍ତାହରେ ୭୨ଟି ପ୍ରଜାତିଙ୍କୁ ସାମିଲ୍ କରା ଯାଇଛି। ଅବଧାରଣା ମାଧ୍ୟମରେ ଆମ ଦେଶର ସମୃଦ୍ଧ ଜୈବ ବିବିଧତାକୁ ପ୍ରଦର୍ଶିତ କରୁଥିବା କାର୍ଯ୍ୟକଳାପ – ସହାବସ୍ଥାନ ନିମନ୍ତେ ସଂରକ୍ଷଣ, ଲୋଗୋ ଯୋଡା ଯାଇଛି।

ଙ. ପ୍ରସ୍ତାବିତ ଜାତୀୟ ସନ୍ଦର୍ଭ (ରେଫରାଲ୍‌) କେନ୍ଦ୍ର, ବନ୍ୟଜୀବ ଜୈବ – ବ୍ୟାଙ୍କିଙ୍ଗ ପଦକ୍ଷେପ ସହିତ ସିଜେଡ୍‌ଏ ଏବଂ ବୈଜ୍ଞାନିକ ସଂସ୍ଥା ଗୁଡିକ ମଧ୍ୟରେ ଗବେଷଣା ସହଯୋଗ ବିପଦଗ୍ରସ୍ତ ପ୍ରଜାତି ମାନଙ୍କ ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟକଳାପ ଗୁଡିକ ମଧ୍ୟରୁ ଗୋଟିଏ ଅଟେ।

ଚ. ପ୍ରାଣୀ ଉଦ୍ୟାନ ପରିଚାଳନା ସୂଚନା ପ୍ରଣାଳୀ (ପ୍ରାଣୀ ଉଦ୍ୟାନ – ଏମ୍‌ଆଇଏସ୍‌), ବୈଧାନିକ ରିପୋର୍ଟିଂକୁ ସରଳ କରିବା ଏବଂ ସିଜେଡ୍‌ଏକୁ ପ୍ରସ୍ତାବ ଦାଖଲ କରିବା ନିମନ୍ତେ ଏକ ୱେବ୍ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଇଛି।

ଛ. ଅତ୍ୟାଧୁନିକ ଅନୁସନ୍ଧାନ ସହିତ ଭାରତୀୟ ପ୍ରାଣୀ ଉଦ୍ୟାନ ଗୁଡିକ ସଂରକ୍ଷଣ ପାଇଁ ଏକ ମହାନ ଶକ୍ତି ହେବାକୁ ସୁନିଶ୍ଚିତ କରିବା ନିମନ୍ତେ ଭିଜନ ପ୍ଲାନ୍ ୨୦୨୧-୩୧ ସହିତ ପ୍ରାଣୀ ଉଦ୍ୟାନ ମାନଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା କାର୍ଯ୍ୟକଳାପ ଗୁଡିକୁ ଯୋଡ଼ିବା ନିମନ୍ତେ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକ ତଥା ସବୁ ବୟସର ଲୋକ ମାନଙ୍କୁ ଅର୍ଥପୂର୍ଣ୍ଣ ଭାବରେ ଅନୁଭୂତି ପ୍ରଦାନ କରୁଥିବା ତଲ୍ଲୀନ ପରିଦର୍ଶକ ହେବାର ପଦକ୍ଷେପ ନିଆଯିବା।

ଜ. ଚାଲୁ ରହିଥିବା ସଂରକ୍ଷଣ କାର୍ଯ୍ୟକ୍ରମ ଏବଂ ପ୍ରଜାତି ମାନଙ୍କର ସଫଳ ପ୍ରଜନନ, ଯେମିତି ; ଲାଲ୍ ପାଣ୍ଡା, ଗୌର, ହିମ ତେନ୍ଦୁଆ, ଭାରତୀୟ ହରିଣକ (ଚେଭ୍ରୋଟେନ୍ ମୂଷା ହରିଣ), ଲାଲ୍ ପାଣ୍ଡା, ୱେଷ୍ଟର୍ଣ୍ଣ ଟ୍ରାଗୋପାନ, ଯାହା ମଧ୍ୟରେ ପ୍ରଜନନ କେନ୍ଦ୍ରରେ ପ୍ରସବ ଲାଭ କରିଥିବା ପ୍ରାଣୀ ମାନଙ୍କୁ ଜଙ୍ଗଲରେ ଛାଡିବାର ପ୍ରୟାସ ସାମିଲ୍ ଅଟେ।

ବୈଠକ ସମୟରେ ପ୍ରଯୁକ୍ତି ସମିତି ଏବଂ ପ୍ରଶାସନିକ ସମିତିର ସୁପାରିସ ଗୁଡିକର ସମୀକ୍ଷା କରା ଯାଇଛି ଏବଂ ମଞ୍ଜୁରୀ ପ୍ରଦାନ କରା ଯାଇଛି। ଅନ୍ୟ ବିଚାର – ବିମର୍ଶରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ବାର୍ଷିକ ରିପୋର୍ଟ (୨୦୨୧ -୨୨) ଏବଂ ଭାରତୀୟ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ମାନଙ୍କର ଅଧିଗ୍ରହଣ / ସ୍ଥାନାନ୍ତରଣର ପ୍ରସ୍ତାବ ସାମିଲ୍ ରହିଥିଲା। ପ୍ରଖ୍ୟାତ ହସ୍ତୀ ମାନଙ୍କର ଭାରତୀୟ ପ୍ରାଣୀ ଉଦ୍ୟାନ ନିମନ୍ତେ ରାଜଦୂତ ମାନଙ୍କୁ ଚିହ୍ନଟ କରିବାର ପ୍ରସ୍ତାବ ଉପରେ ମଧ୍ୟ ଚର୍ଚ୍ଚା କରା ଯାଇଛି। ଏହି ପ୍ରାଣୀ ଉଦ୍ୟାନ ଗୁଡିକ ଦ୍ୱାରା କରା ଯାଇଥିବା ସଂରକ୍ଷଣ ପଦକ୍ଷେପ ଗୁଡିକ ନିମନ୍ତେ ସମର୍ଥନ ଯୋଗାଡ କରିବା ଏବଂ ଏହି କ୍ଷେତ୍ରରେ ବହୁ – କ୍ଷେତ୍ରୀୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟରେ କରା ଯାଇଥିଲା।

ଡଃ ସଞ୍ଜୟ କୁମାର ଶୁକ୍ଳା, ସଦସ୍ୟ ସଚିବ, ସିଜେଡ୍‌ଏ ଅଧ୍ୟକ୍ଷ ସିଜେଡ୍‌ଏଙ୍କୁ ସିଜେଡ୍‌ଏ ଦ୍ୱାରା ନିୟୋଜିତ କାର୍ଯ୍ୟକଳାପ ଗୁଡିକୁ ଅବଗତ କରିଛନ୍ତି।

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ (ସିଜେଡ୍‌ଏ) ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ଅଧୀନରେ ବୈଧାନିକ ସଂସ୍ଥା ହେଉଛି http://cza.nic.in/ ଏହାର ସ୍ଥାପନା ୧୯୯୨ରେ ଭାରତୀୟ ବନ୍ୟାପ୍ରାଣୀ (ସଂରକ୍ଷଣ) ଅଧିନିୟମ, ୧୯୭୨ରେ ସଂଶୋଧନ ମାଧ୍ୟମରେ ଭାରତୀୟ ପ୍ରାଣୀ ଉଦ୍ୟାନ ଗୁଡିକର କାର୍ଯ୍ୟର ତଦାରଖ ଏବଂ ପୂର୍ବ ସ୍ଥାନ ଊପାୟ ମାଧ୍ୟମରେ ବନ୍ୟଜୀବ ସଂରକ୍ଷଣ ଋଣନୀତି ଗୁଡିକର ପୂରକ ରୂପରେ କରା ଯାଇଥିଲା। ସିଜେଡ୍‌ଏର ମାର୍ଗଦର୍ଶନର ଉଦ୍ଦେଶ୍ୟ ଭାରତୀୟ ପ୍ରାଣୀ ଉଦ୍ୟନ ଗୁଡିକରେ ବନ୍ଦୀ ପଶୁ ମାନଙ୍କୁ ଆବାସ, ସେମାନଙ୍କର ରକ୍ଷଣାବେକ୍ଷଣ ଏବଂ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ସର୍ବୋତମ ପ୍ରଥା ଗୁଡିକର ସୁନିଶ୍ଚିତ କରିବା। ଆଜି ପର‌୍ୟ୍ୟନ୍ତ, ସିଜେଡ୍‌ଏ ୧୪୭ଟି ପ୍ରାଣୀ ଉଦ୍ୟାନକୁ ମାନ୍ୟତା ପ୍ରଦାନ କରିଛନ୍ତି। ପ୍ରାଣୀ ଉଦ୍ୟାନ ସଂରକ୍ଷଣ ସଚେତନତା, ଦୁର୍ଲ୍ଲଭ ଜୀବ ମାନଙ୍କର ପ୍ରଦର୍ଶନ, ସୁରକ୍ଷା ଏବଂ ପୁନଃଥଇଥାନ ଏବଂ ସଙ୍କଟଗ୍ରସ୍ତ ପ୍ରଜାତି ମାନଙ୍କର ସଂରକ୍ଷଣ ପ୍ରଜନନ କାର୍ଯ୍ୟକ୍ରମ ଗୁଡିକରୁ ଆରମ୍ଭ କରି ଅନେକ କାର୍ଯ୍ୟକଳାପ ଗୁଡିକୁ ସମ୍ପୂର୍ଣ୍ଣ କରିଥାଏ। ପ୍ରାଖାପାଖି ୮୦ ମିଲିୟନ୍ ବାର୍ଷିକ ପରିଦର୍ଶକ ମାନଙ୍କ ସହିତ, ପ୍ରାଣୀ ଉଦ୍ୟାନ ବନ୍ୟଜୀବ ସଂରକ୍ଷଣ ଏବଂ ସଚେତନତା ନିମନ୍ତେ ଶିକ୍ଷଣ କେନ୍ଦ୍ର ରୂପରେ କାର୍ଯ୍ୟ କରିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.