Home ଓଡ଼ିଶା କେନ୍ଦ୍ରୀୟ ଟିମ ଦ୍ୱାରା ଉଦ୍ୟାନ ବିଭାଗ କ୍ଷୟକ୍ଷତି ଆକଳନ

କେନ୍ଦ୍ରୀୟ ଟିମ ଦ୍ୱାରା ଉଦ୍ୟାନ ବିଭାଗ କ୍ଷୟକ୍ଷତି ଆକଳନ

55

ବାହାନଗା,୭ା୬(ଭାରତୀ ଦାସ/ ଓଡ଼ିଆ ପୁଅ): ବାତ୍ୟାପରେ ବିଭିନ୍ନ ସରକାରୀ ଦଳ ବାତ୍ୟା ପ୍ରପିଡ଼ିତ ଅଞ୍ଚଳକୁ ଗସ୍ତ କରୁଥିବାର ଦେଖା ଯାଇଛି ର ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ପଣ୍ଡାଶୁଣୀ ଗ୍ରାମରେ କେନ୍ଦ୍ରୀୟ ଟିମ ସହ ଜିଲ୍ଲା ଓ ବ୍ଲକରୁ ପଦାଧିକାରୀ ମାନେ ପହଞ୍ଚି ଉଦ୍ୟାନ ବିଭାଗର କ୍ଷୟକ୍ଷତିର ଆକଳନ କରିଥିଲେ । ତେବେ ଏହି ଗ୍ରାମରେ ଅପରାହ୍ନରେ ପହଞ୍ଚି ଏଠାରେ ହୋଇ ଥିବା ଉଦ୍ୟାନ ବିଭାଗର ଚାଷକୁ ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିଥିଲେ । କେନ୍ଦ୍ରିୟ ଟିମରେ ଡ. ବିରେନ୍ଦ୍ର ସିଂଙ୍କ ସହଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ଡେପୁଟି ଡାଇରେକ୍ଟର ଉଦ୍ୟାନ ବିଭାଗ ଜିସି ଲେଙ୍କା , , ସହକାରୀ ଉଦ୍ୟାନ ଅଧିକାରୀ ବାହାନଗା ପ୍ରଦୀପ କୁମାର ବଳ, ସ୍ଥାନୀୟ ତହସିଲଦାର / ବିଡ଼ିଓ ରାଜେନ୍ଦ୍ର ନାରାୟଣକରଙ୍କ ସହ ବହୁ ଅଧିକାରୀ ମାନେ ପହଞ୍ଚି ଚାଷର କ୍ଷୟକ୍ଷତି ଆଳନ କରିଥିଲେ । ତେବେ ବ୍ଲକରେ ୬୦ହେକ୍ଟର ଜମିର କ୍ଷୟକ୍ଷତି ହୋଇ ଥିବାର ଆକଳନ କରାଯାଇ ରିପୋର୍ଟ ଦିଆ ଯାଇଥିବାର ଜଣାପଡ଼ିଛି । ଆକଳନ ସମୟରେ ଗ୍ରାମର ଗ୍ରାମବାସୀ, ଚାଷୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.