Home ଅନୁଗୁଳ କେନ୍ଦ୍ରୀୟ ଚଷା ସମାଜ ତାଳଚେରର ୭ମ ବାର୍ଷିକ ସମ୍ମିଳନୀ

କେନ୍ଦ୍ରୀୟ ଚଷା ସମାଜ ତାଳଚେରର ୭ମ ବାର୍ଷିକ ସମ୍ମିଳନୀ

43

ତାଳଚେର, ୯/୬ (ଓଡ଼ିଆ ପୁଅ/ଅଜିତ ବେହେରା) : କେନ୍ଦ୍ରୀୟ ଚଷା ସମାଜ, ତାଳଚେରର ସପ୍ତମ ବାର୍ଷିକ ସମ୍ମିଳନୀ ରେଙ୍ଗାଳି ସରସ୍ୱତୀ ବିଦ୍ୟାମନ୍ଦିର ଶାରଦା ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସଭାପତି ମକୁନ୍ଦ ଚନ୍ଦ୍ର ସାହୁ ଚଷା ସମାଜର ପତାକା ଉତୋଳନ କରିଥିଲେ। ଚଷା ସମାଜର ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପୂର୍ତ ବିଭାଗ ଇଂ ଜଳଧର ପ୍ରଧାନ, ମୁଖ୍ୟବକ୍ତା ଭାବେ ଖମାର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଧର ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଇତିହାସ ବିଭାଗ ଡ. ସଦାଶିବ ପ୍ରଧାନ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ବିବରଣୀ ପାଠ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ପାଲଲହଡା ଉପଖଣ୍ଡ ବଡସଡା ଅଂଚଳ ଚଷା ସମାଜର ସଙ୍ଗଠକ ରମେଶ ଚନ୍ଦ୍ର ପ୍ରଧାନ, ତ୍ରିବେଣୀ ପ୍ରଧାନ, କ୍ଷେତ୍ରବାସୀ ପ୍ରଧାନ ଓ ଇଞ୍ଜିଡି ଅଂଚଳର ସଭାପତି ଶିକ୍ଷାବିତ୍ ଚିତରଞ୍ଜନ ପରିଡା, ଛେଣ୍ଡିପଦା ଅଂଚଳର ସାମ୍ବାଦିକ ଦିଲିପ୍ କୁମାର ପ୍ରଧାନ, ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ଚୈତନ୍ୟ ପ୍ରଧାନ, ଅକ୍ଷୟ କୁମାର ପ୍ରଧାନ, ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଡ. ବାସୁଦେବ ବେହେରା, ବିନୋଦ କୁମାର ଜେନା, ସହ କୋଷାଧ୍ୟକ୍ଷ ତ୍ରୀପୁରାରୀ ପ୍ରଧାନ, ଦେବଦତ ପ୍ରଧାନ, ନଦୀକୂଳ ଅଂଚଳ ସଭାପତି ଗଗନ ଚନ୍ଦ୍ର ପ୍ରଧାନ, ବ୍ରଜକୋଟ ସଭାପତି ଲିଙ୍ଗରାଜ ପ୍ରଧାନ, କଣିହାଁ ସଭାପତି ସୁଧାକର ପ୍ରଧାନ, ଗଡତଳ ସଭାପତି ରବି ନାରାୟଣ ପ୍ରଧାନ, ଖେମେଇଁ ଅଂଚଳର ସଭାପତି ଜୀବନ ପ୍ରଧାନ, ଶତୃଘନ ପ୍ରଧାନ, ସୁମନ୍ତ କୁମାର ପ୍ରଧାନ, ବିଭୁତି ସାହୁ, ମନୋଜ ପ୍ରଧାନ, ଚିତରଞ୍ଜନ ପ୍ରଧାନଙ୍କ ସମେତ ୫ ଶହରୁ ଉର୍ଦ୍ଧ୍ୱ ଚଷା ଭାଇ ଯୋଗ ଦେଇଥିଲେ। ଶେଷରେ ଉପଦେଷ୍ଠା ବିନୟ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.