Home Top News କେନ୍ଦ୍ରୀୟ କର୍ମଚାରୀଙ୍କ ଆଶାକୁ ଲାଗିଲା ଝଟକା! DA ବୃଦ୍ଧି ଉପରେ ଆସିଲା ଅପ୍‌ଡେଟ୍‌

କେନ୍ଦ୍ରୀୟ କର୍ମଚାରୀଙ୍କ ଆଶାକୁ ଲାଗିଲା ଝଟକା! DA ବୃଦ୍ଧି ଉପରେ ଆସିଲା ଅପ୍‌ଡେଟ୍‌

49

ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ସପ୍ତମ ପେ କମିଶନ ଡିଏ ହାଇକ ଉପରେ ଆସିଲା ବଡ଼ ଅପଡେଟ୍। ଯଦି ଆପଣ ଜଣେ କେନ୍ଦ୍ରୀୟ କର୍ମଚାରୀ, ତେବେ ଏହି ଖବର ଆପଣଙ୍କ ପାଇଁ। ପେନ୍‌ସନ୍‌ଭୋଗୀଙ୍କ ପାଇଁ ଡିଏ ଏବଂ ଡିଆର୍‌ର ହାରରେ ସଂଶୋଧନ କରିବାକୁ ମୋଦୀ ସରକାର ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଏକୁ ଅଧିକ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟଯେ, ଡିଏ ବୃଦ୍ଧି ପାଇଁ କର୍ମଚାରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ସରକାରଙ୍କ ସେମାନଙ୍କୁ ନିରାଶ କରିଛନ୍ତି।

ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଡିଏ ଏବଂ ଡିଆର ରିଲିଫ ବୃଦ୍ଧି ଉପରେ କହିଛନ୍ତି ଯେ, ମୁଦ୍ରାସ୍ଫୀତି ଆଧାରରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI-IW) ଅନୁଯାୟୀ DR ବୃଦ୍ଧି ହୋଇଥାଏ। ସରକାର ମଧ୍ୟ ସଂସଦକୁ କହିଛନ୍ତି ଯେ, ଗତ ଦୁଇ ତ୍ରୟ ମାସରେ ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ଅଧିକ ରହିଛି।

DA କୁ ୩ ପ୍ରତିଶତରୁ ଅଧିକ ବୃଦ୍ଧି କରିବାର କୌଣସି ଯୋଜନା ନାହିଁ।

ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ନାରଣ ଭାଇ ଜେ ରଥୱା ଅର୍ଥମନ୍ତ୍ରୀଙ୍କୁ ପଚାରିଥିଲେ ଯେ ମୁଦ୍ରାସ୍ଫୀତି ହାର ଅଧିକ ଥିବାବେଳେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ଡିଏ କାହିଁକି ୩% ସ୍ଥିର ରହିଛି? ତେବେ ଏହାର ଜବାବରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ଡିଏକୁ ୩% ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ। କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ଡିଏ ଏବଂ ଡିଆ ବୃଦ୍ଧି ହାରକୁ ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟଯେ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ଡିଏ ଦିଆଯାଉଛି। ଯଦି ଏହା ହୋଲି ପୂର୍ବରୁ ୩ ପ୍ରତିଶତ ବୃଦ୍ଧି ହୋଇଥାନ୍ତା, ତେବେ ମୋଟ ମହଁଗା ଭତ୍ତା ୩୪ ପ୍ରତିଶତ ବୃଦ୍ଧି ପାଇଥାନ୍ତା। ସରକାରଙ୍କ ଏହି ନିଷ୍ପତ୍ତିରେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହୋଇଥାନ୍ତେ। ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିଛନ୍ତି। ସାରା ଦେଶରେ ଲକ୍ଷ ଲକ୍ଷ କର୍ମଚାରୀ ଡିଏ ବୃଦ୍ଧି ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସେମାନେ ପୁଣି ନିରାଶ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.