Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଓ ରାଜ୍ୟ ବଜେଟ୍ ୨୦୨୫-୨୬ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ଜନହିତକାରୀ ଏହି...

କେନ୍ଦ୍ରୀୟ ଓ ରାଜ୍ୟ ବଜେଟ୍ ୨୦୨୫-୨୬ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ଜନହିତକାରୀ ଏହି ବଜେଟ୍ ଦେଶବାସୀଙ୍କ ସ୍ୱପ୍ନ ପୂରଣ କରିବ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

32

ଭଦ୍ରକ, ୨୫ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୫-୨୬ ର କେନ୍ଦ୍ରୀୟ ଓ ରାଜ୍ୟ ବଜେଟ୍‌କୁ ନେଇ ଆଜି ଭଦ୍ରକ ସର୍କିଟ୍ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଏହି ଜନହିତକାରୀ ବଜେଟ୍ ପ୍ରତ୍ୟେକ ଭାରତୀୟ ଓ ଓଡ଼ିଶାବାସୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ଯଥେଷ୍ଟ। କେନ୍ଦ୍ରର ବଜେଟ୍ ୨୦୧୪-୧୫ ରେ ୧୬ ଲକ୍ଷ କୋଟି ଥିବାବେଳେ ତାହା ଏବେ ୫୬ ଲକ୍ଷ କୋଟିରେ ପହଂଚିଛି। ଏହି ବଜେଟ୍ ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡ଼ିଶା ୨୦୩୬ ର ସ୍ୱପ୍ନକୁ ପୂରଣ କରିବାରେ ବିଶେଷ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ରୋଡ୍‌ମ୍ୟାପ୍ ଓ ମୋଦିଙ୍କ ଗ୍ୟାରେଂଟିରେ ଓଡ଼ିଶାର ଭିଜନ ଡକ୍ୟୁମେଂଟ ପାଇଁ ଏହି ବଜେ୍‌ଟ୍ ଆତ୍ମନିର୍ଭର ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବ। ଏହି ଲୋକାଭିମୁଖୀ ବଜେଟ୍ ନିବେଶ ବୃଦ୍ଧି କରିବା ସହିତ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ। ସମାଜର ୪ଟି ବର୍ଗ ଗରିବ, ଯୁବକ, ଅନ୍ନଦାତା ଓ ନାରୀଶକ୍ତିକୁ ଏହି ୨ଟି ବଜେଟ୍‌ରେ ଅଗ୍ରାଧିକାର ଦିଆଯାଇଛି। ସବୁକ୍ଷେତ୍ରରେ ବିକାଶକୁ ସମ୍ଭବ କରାଇବାପାଇଁ ଏକ ସଫଳ ଓ ଦୂରଦର୍ଶୀ ବଜେଟ୍ ଏଥିରେ ଗାଁ ଗରିବ ଓ ମହିଳାଙ୍କର ସାମୂହିକ ବିକାଶକୁ ବିଶେଷ ଧ୍ୟାନ ଦିଆଯାଇଛି। ବିକାଶିତ ଗାଁ ଓ ବିକଶିତ ଓଡ଼ିଶା ନାମରେ ୨ ହଜାର କୋଟିର ବଜେଟ୍ କରାଯାଇଛି। ପ୍ରତି ବ୍ଲକ୍‌ରେ ଏକ ଖେଳ ପଡିଆ (ଇନ୍‌ଡୋର ଓ ଆଉଟଡୋର ଷ୍ଟାଡିୟମ) ବଡ ଆକାରରେ ହେବ। ଯୁବକମାନେ ଖେଲୋ ଇଣ୍ଡିଆ ଓ ଖେଲୋ ଓଡ଼ିଶା କାର୍ଯ୍ୟକ୍ରମରେ ସଫଳ ହେବେ। ଏହାଦ୍ୱାରା କ୍ରୀଡାବିତ୍ ଗାଁ ଗହଳିରୁ ସୃଷ୍ଟି ହେବେ। ଏହି ସରକାରରେ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନସଂଗ୍ରହ ନୀତିର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ୮ ଶହ ଟଙ୍କାର ସବ୍‌ସିଡି ଦିଆଯାଇ ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ରଖାଯାଇଥିବାବେଳେ, ସୁଭଦ୍ରାର ସୁରକ୍ଷା ପାଇଁ ୧୫୩ କୋଟି ଅଧିକ ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ପ୍ରଥମ କରି ଗରିବ ଘରର ଝିଅମାନଙ୍କୁ ବିବାହ କରାଇବାରେ ରାଜ୍ୟ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିରେ ବାପା ଭାଇମାନଙ୍କର କଷ୍ଟ ଲାଘବ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନା ପାଇଁ ଆଗକୁ ଅଧିକ ବ୍ୟୟବରାଦର ବ୍ୟବସ୍ଥା ରହିଛି। ଆମ ରାଜ୍ୟ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବାରୁ ଏହାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାର ପର୍ଯ୍ୟଟନର ବୃଦ୍ଧି ପାଇଁ ହୋମ୍ ଷ୍ଟେରେ ମୁଦ୍ରା ଲୋନ୍ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ହୋମ୍ ଷ୍ଟେରେ ୫୦ ପ୍ରତିଶତ କ୍ୟାପିଟାଲ ସବସିଡିର ବ୍ୟବସ୍ଥା ଅଛି। ଏଣୁ ଗାଁ ଗହଳିରେ ପର୍ଯ୍ୟଟନ ଭିତିଭୂମି ଗଢିବା ସହିତ ସାଧାରଣ ଏଂଟରପିନିୟର ହେବେ, ସେମାନେ ହୋମ୍ ଷ୍ଟେ ଦ୍ୱାରା ଲାଭାନ୍ୱିତ ହେବେ। ଦେଶର ୫୦ ଗୋଟି ପର୍ଯ୍ୟଟନ ସ୍ଥଳୀ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ବଢିବାର ବ୍ୟବସ୍ଥା ଅଛି। ସେଥିମଧ୍ୟରେ ଓଡ଼ିଶାର ରତ୍ନଗିରି, ଉଦୟଗିରି, ଲଳିତଗିରିକୁ ଏକ ବୁଦ୍ଦିଷ୍ଟ କୋରିଡାଲ ଭାବେ ଗଢିବା ପାଇଁ କେନ୍ଦ୍ର ସରକାରର ସହାୟତା ରହିଛି ବୋଲି କହିଛନ୍ତି। ଏହି ସମ୍ମିଳନୀରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ସଭାପତି ଭଗବାନ ପଣ୍ଡା, ବନ୍ତର ବିଜେପି ନେତା ସୁଧାଂଶୁ ନାୟକ, ବାସୁଦେବପୁର ବିଜେପି ନେତା ବାଣୀକଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.