Home ଓଡ଼ିଶା କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଲା: ୫ଟି ପର୍ଯ୍ୟାୟରେ ହେବ ଭୋଟଜିଲ୍ଲାର ୩୨ଟି...

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଲା: ୫ଟି ପର୍ଯ୍ୟାୟରେ ହେବ ଭୋଟଜିଲ୍ଲାର ୩୨ଟି ଜୋନରେ ୧୧ଲକ୍ଷ ୪୭ହଜାର ୩୩୦ ଭୋଟର ଭୋଟ ଦେବେ

33

କେନ୍ଦ୍ରାପଡ଼ା ୧୧ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଚଳିତ ଭର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହେବା ପାଇଁ ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ସେହି ଅନୁଯାଇ ଆସନ୍ତା ଫେବୃୟାରୀମାସ ୧୬, ୧୮, ୨୦, ୨୨ ଓ ୨୪ତାରିଖରେ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ମୋଟ ୩୨ଟି ଜିଲ୍ଲା ପରିଷଦ ଜୋନ ରହିଛି। ସେଥି ମଧ୍ୟରୁ ଆଳି ବ୍ଲକରେ ୪ଟି ଜୋନ ରହିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକରେ ୪ଟି, ମହାକାଳପଡା ବ୍ଲକରେ ୫ଟି, କେନ୍ଦ୍ରାପଡା ବ୍ଲକରେ ୪ଟି, ଡେରାବିଶ ବ୍ଲକରେ ୩ଟି, ରାଜକନିକା ବ୍ଲକରେ ୩ଟି, ରାଜନଗର ବ୍ଲକରେ ୩ଟି, ମାର୍ଶାଘାଇ ବ୍ଲକରେ ୩ଟି ଓ ଗରଦପୁର ବ୍ଲକରେ ୩ଟି ଜୋନ ରହିଛି। ସେହିପରି ଚଳିତବର୍ଷ ତ୍ରିସ୍ତରୀୟ ନିର୍ବାଚନରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ଆଳି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅଧିନ ୩୪ଟି ପଞ୍ଚାୟତର ୪୯୦ଟି ୱାର୍ଡର ୧ଲକ୍ଷ ୩୮ହଜାର, ୨୪୨ଜଣ ଭୋଟର ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜୋନର ୩୧ଟି ପଞ୍ଚାୟତର ୪୨୨ଟି ୱାର୍ଡର ୧ଲକ୍ଷ ୪୨ହଜାର, ୬୮୫ଜଣ ଭୋଟର, ମହାକାଳପଡା ବ୍ଲକର ୫ଟି ଜୋନ ଅଧିନ ୩୧ଟି ପଞ୍ଚାୟତର ୪୭୪ଟି ୱାର୍ଡର ୧ଲକ୍ଷ ୬୬ହଜାର ୪୨୦ଜଣ ଭୋଟର, କେନ୍ଦ୍ରାପଡା ବ୍ଲକର ୪ଟି ଜୋନ ଅଧିନ ୨୭ଟି ପଞ୍ଚାୟତର ୪୨୯ଟି ୱାର୍ଡର ୧ଲକ୍ଷ ୨୭ହଜାର ୮୨୦ଜଣ ଭୋଟର, ଡେରାବିଶ ବ୍ଲକର ୩ଟି ଜୋନ ଅଧିନ ୨୬ଟି ପଞ୍ଚାୟତର ୩୯୦ଟି ୱାର୍ଡର ୧ଲକ୍ଷ ୧୮ହଜାର ୪୮୯ ଜଣ ଭୋଟର, ରାଜକନିକା ବ୍ଲକର ୩ଟି ଜୋନ ଅଧିନ ୨୯ଟି ପଞ୍ଚାୟତର ୪୮୪ଟି ୱାର୍ଡର ୧ଲକ୍ଷ ୨୩ହଜାର ୩୮୦ ଜଣ ଭୋଟର, ରାଜନଗର ବ୍ଲକର ୩ଟି ଜୋନ ଅଧିନ ୨୯ଟି ପଞ୍ଚାୟତର ୩୬୩ଟି ୱାର୍ଡର ୧ଲକ୍ଷ ୩୦ହଜାର ୬୧୫ଜଣ ଭୋଟର, ମାର୍ଶାଘାଇ ବ୍ଲକର ୩ଟି ଜୋନ ଅଧିନ ୨୪ଟି ପଞ୍ଚାୟତର ୩୬୬ଟି ୱାର୍ଡର ୧ଲକ୍ଷ ୬ହଜାର ୯୬୯ଜଣ ଭୋଟର ଓ ଗରଦପୁର ବ୍ଲକର ୩ଟି ଜୋନ ଅଧିନ ୧୮ଟି ପଞ୍ଚାୟତର ୨୮୦ଟି ୱାର୍ଡର ୯୨ହଜାର ୭୧୦ଜଣ ଭୋଟର ଭୋଟ ଦେବେ। ସେହିପରି ୫ଟି ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନ କେନ୍ଦ୍ରାପଡା ଜିଲ୍ଲାରେ ଆଳି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଏବଂ ଡେରାବିଶ ବ୍ଲକର ୩ଟି ଜୋନ ଆସନ୍ତା ଫେବୃୟାରୀମାସ ୧୬ତାରିଖ ପ୍ରଥମ ପର୍ଯ୍ୟାୟରେ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ରାଜକନିକା ବ୍ଲକର ୩ଟି ଏବଂ ମାର୍ଶାଘାଇ ବ୍ଲକର ୩ଟି ଜୋନର ଫେବୃୟାରୀ ୧୮ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ, ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଏବଂ ରାଜନଗର ବ୍ଲକର ୩ଟି ଜୋନରେ ଫେବୃୟାରୀ ୨୦ତାରିଖ ତୃତୀୟ ପର୍ଯ୍ୟାୟରେ, କେନ୍ଦ୍ରାପଡା ବ୍ଲକର ୪ଟି ଜୋନ ଏବଂ ଗରଦପୁର ବ୍ଲକର ୩ଟି ଜୋନରେ ଫେବୃୟାରୀ ୨୨ତାରିଖ ଚତୁର୍ଥ ପର୍ଯ୍ୟାୟରେ ଏବଂ ଆସନ୍ତା ଫେବୃୟାରୀ ମାସ ୨୪ତାରିଖ ପଞ୍ଚମ ପର୍ଯ୍ୟାୟରେ ମହାକାଳପଡା ବ୍ଲକର ୫ଟି ଜୋନରେ ଭୋଟ ଗ୍ରହଣ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଆଜି ଠାରୁ ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.