Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ

18

କେନ୍ଦ୍ରାପଡ଼ା, ୨୮ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏନ୍‌.ସି.ସି. ବିଭାଗ ପକ୍ଷରୁ କାରଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦ୍‌ଘାଟନ କରି କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶପାଇଁ ସେହି ବୀର ଯବାନମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ସମ୍ପର୍କରେ ଅଭିଭାଷଣ ରଖି ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବୀର ଜବାନମାନଙ୍କ ପଥକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଦିବସ ଉପଲକ୍ଷେ ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କ ମଧ୍ୟରେ ରଚନା, ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା କ୍ୟାଡେଟମାନଙ୍କୁ ଅଧ୍ୟକ୍ଷ ଶ୍ରୀ ବେହେରା ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ୫୦ ଜଣ କ୍ୟାଡେଟ ଅଂଶଗ୍ରହଣ କରିଥିଲେ। ଏନ୍‌.ସି.ସି (ବାଳକ ବିଭାଗ)ର ଆସୋସିଏଟ ଅଫିସର ମେଜର ମନୋରଞ୍ଜନ ମହାନ୍ତି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ବୀର ଯବାନମାନଙ୍କ ଦେଶଭକ୍ତି ଓ ସାହସିକତା ଉପରେ ଆଲୋଚନା କରିଥିଲେ। ଏନ୍‌.ସି.ସି. (ବାଳିକା ବିଭାଗ)ର ଆସୋସିଏଟ୍ ଅଫିସର କ୍ୟାପ୍ଟେନ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କ୍ୟାଡେଟମାନେ ପଦଯାତ୍ରା ଆରମ୍ଭ କରି କାରଗିଲ୍ ବିଜୟ ଦିବସ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ କାରଗିଲ୍ ଯୁଦ୍ଧ ଭୂମିରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଥିବା ଟ୍ୟାଙ୍କଟିକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.