Home ଓଡ଼ିଶା କେନ୍ଦ୍ରାପଡା ରକ୍ତଭଣ୍ଡାରରେ ଆବଶ୍ୟକତା ଅନୁଯାଇ ରକ୍ତ ନାହିଁ

କେନ୍ଦ୍ରାପଡା ରକ୍ତଭଣ୍ଡାରରେ ଆବଶ୍ୟକତା ଅନୁଯାଇ ରକ୍ତ ନାହିଁ

65

କେନ୍ଦ୍ରାପଡା ୧୩/୪(ଚିତ୍ତରଞ୍ଜନ ଦାସ)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ ରକ୍ତ ଭଣ୍ଡାରରେ ଆବଶ୍ୟକତା ଅନୁଯାଇ ରକ୍ତ ନଥିବାର ଜଣାପଡିଛି। ରକ୍ତଭଣ୍ଡାର ଭାରପ୍ରାପ୍ତ ଅଧିକାରୀ ଡା.ମାନସ କୁମାର ଜେନାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଏବେ ରକ୍ତଭଣ୍ଡାରରେ ଏ(+)ଟିଭ ରକ୍ତ – ୩ଟି ଥିବାବେଳେ ବି (+)ଟିଭ – ୨ଟି, ଏବି (+) ଟିଭ ୨ଟି ଏବଂ ଓ (+) ଟିଭ ରକ୍ତ ୧୨ଟି ଅଛି। ଏ ( -) ଟିଭ ଓ ବି ( – )ଟିଭ ରକ୍ତ ଜମା ନଥିବା ଜଣାପଡିଛି। ବି (+)ଟିଭ ଏବଂ ଓ (+) ଟିଭ ରକ୍ତର ଅନେକ ସମୟରେ ଅଧିକ ଆବଶ୍ୟକତା ପଡୁଥିବା ବେଳେ ବର୍ତ୍ତମାନ କୋଭିଡ – ୧୯ ଯୋଗୁଁ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନଥିବାରୁ ରକ୍ତର ଅଭାବ ପରିଲକ୍ଷିତ ହୋଇଛି। ଏତଦବ୍ୟତିତ ଜିଲ୍ଲାରେ ଥିବା ପ୍ରାୟ ୧୬୦ ଥାଲାସେମିଆ ରୋଗୀଙ୍କ ନିମନ୍ତେ ଦୈନିକ ୨୦ରୁ ୨୫ଟି ବି (+)ଟିଭ ରକ୍ତର ଆବଶ୍ୟକତା ପଡୁଛି। ଜଣେ ଜଣେ ଥାଲାସେମିଆ ରୋଗୀଙ୍କର ଦୈନିକ ୨ରୁ ୩ଟି ରକ୍ତ ମଧ୍ୟ ଆବଶ୍ୟକ ହୋଇଥାଏ। ବର୍ତ୍ତମାନ ପରିସ୍ଥିତିରେ ରକ୍ତଦାନ ଶିବିରର ଆୟୋଜନର ନିତ୍ୟାନ୍ତ ଆବଶ୍ୟକ ପଡୁଥିବାରୁ ଆସନ୍ତା ସପ୍ତାହରେ ଏଭଳି ଶିବିରର ଆୟୋଜନ କରାଯିବାକୁ ବ୍ୟବସ୍ଥା କରାଯାଉଥିବା ରକ୍ତ ଭଣ୍ଡାର ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଡା. ଜେନା କହିଛନ୍ତି। ଅନ୍ୟପଟରେ ଏହି ରକ୍ତ ଭଣ୍ଡାରରେ ମାତ୍ର ସିଷ୍ଟମ ସପୋର୍ଟ ଇଞ୍ଜିନିୟର ଭାବେ ରାକେଶ କୁମାର ମିଶ୍ର ଓ ଭାରପ୍ରାପ୍ତ ଲାବରୋଟୋରୀ ଟେକନିସିଆନ ଭାବେ ଦୀପକ କୁମାର ବରାଳ ନାମକ ୨ଜଣ ମାତ୍ର କର୍ମଚାରୀ ଦିନରାତି ୨୪ଘଂଟା ସେମାନଙ୍କ ଦାୟୀତ୍ୱ ସମ୍ପାଦନ କରୁଥିବାର ଦେଖାଯାଇଛି। ତେଣୁ ଅଧିକ କର୍ମଚାରୀ ଏହି ରକ୍ତଭଣ୍ଡାର ପାଇଁ ନିଯୁକ୍ତି କରାଯିବାର ଜରୁରୀ ଆବଶ୍ୟକ ରହିଛି। ଅନେକ ସମୟରେ ମହିଳା ରକ୍ତଦାତା ଏଠାରେ ରକ୍ତଦାନ କରୁଥିବାରୁ ସେମାନଙ୍କ ପାଇଁ ଜଣେ ମହିଳା ନର୍ସଙ୍କୁ ଏଠାରେ ନିଯୁକ୍ତି ଦିଆଯିବା ଉଚିତ। କୋଭିଡ -୧୯ ଯୋଗୁଁ ସାରା ଜିଲ୍ଲାରେ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ ଏହି ରକ୍ତଭଣ୍ଡାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଉପରୋକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.