Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

14

କେନ୍ଦ୍ରାପଡ଼ା, ୨୮ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଏକ କାର୍ଯ୍ୟକାରିଣୀ ବୈଠକ ଦୁହୁରିଆସ୍ଥିତ ଶିକ୍ଷକ ଭବନରେ ସଭାପତି ସନ୍ତୋଷ କୁମାର ଦାସଙ୍କ ଅଧ୍ୟତାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାକ୍ତନ ରାଜ୍ୟ ଓଷ୍ଟା ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ରମେଶ ଚନ୍ଦ୍ର ସାହୁ, କେନ୍ଦ୍ରାପଡା ବ୍ଲକ କାର୍ଯ୍ୟକାରି କମିଟି ସଭ୍ୟ ଅଜୟ ନାୟକ, ରାଜକିଶୋର ନାୟକ, ନାରାୟଣ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ପରିବେଶବୀତ ତଥା କେନ୍ଦ୍ରାପଡା ବ୍ଲକ ଉପସଭାପତି ପାର୍ଥସାରଥୀ ବେହେରା, ପ୍ରଭାକର ଆଚାର୍ଯ୍ୟ, ପଙ୍କଜ କୁମାର ଦାସ, ସହ ସମ୍ପାଦକ ପ୍ରତିମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଓ ଶିକ୍ଷାୟତନର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡା ବ୍ଲକ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପୂର୍ବ ଅଧିବେଶନର ପ୍ରସ୍ତାବ ଗୁଡିକ ପାଠ କରିଥିଲେ। ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିଥିବା ଏବଂ କେତେକ ବାକି ରହିଥିବା ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ସୂଚନା ଦେଇଥିଲେ। ସମସ୍ତ ବକ୍ତା ଓଷ୍ଟା ସଂଗଠନକୁ ସୁଦୃଢ କରି ଗଢି ତୋଳିବାକୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବ୍ଲକ ଉପସଭାପତି ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.