Home ଓଡ଼ିଶା କେନ୍ଦ୍ରାପଡା ବ୍ଲକକୁ ଆଜିସୁଦ୍ଧା ୮୪୩ ପ୍ରବାସୀ ଓଡିଆ ଆସିଛନ୍ତି

କେନ୍ଦ୍ରାପଡା ବ୍ଲକକୁ ଆଜିସୁଦ୍ଧା ୮୪୩ ପ୍ରବାସୀ ଓଡିଆ ଆସିଛନ୍ତି

202

କେନ୍ଦ୍ରାପଡା ୧୫/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକର ବିଭିନ୍ନ ଗ୍ରାମପଂଚାୟତକୁ ଆଜି ସୁଦ୍ଧା ୮୪୩ଜଣ ପ୍ରବାସୀ ଓଡିଆ ଆସିଥିବା ବିଡିଓ ସୁଧିର କୁମାର ସିଂ ସୂଚନା ଦେଇଛନ୍ତି। ଗତ ୩ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଗୁଜୁରାଟର ସୁରଟ, ହାଇଦ୍ରାବାଦ, କର୍ଣ୍ଣାଟକର ବାଙ୍ଗାଲୋର ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ଏହି ପ୍ରବାସୀ ଓଡିଆମାନେ କେନ୍ଦ୍ରାପଡା ବ୍ଲକ ଅଂଚଳକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଆୟବା ପଂଚାୟତକୁ ୭୯ଜଣ ଆସିଥିବା ବେଳେ ବଗଡାକୁ ୦,  ବାରୋକୁ ୧୯ଜଣ, ଭାଗବତପୁରକୁ ୯୭, ଚକ୍ରୋଡାକୁ ୭୧ଜଣ, ଚନ୍ଦନପୁରକୁ ୨୨ଜଣ, ଚାରିଗାଁକୁ ୫୬ଜଣ, ଢୋଲକୁ ୪୪ଜଣ, ଧୂମାତକୁ ୮୬ଜଣ, ଗାଙ୍ଗପଡାକୁ ୪୦ଜଣ, ଘାଘରାକୁ ୬ଜଣ, ଗୁଲନଗରକୁ ଜଣେ, ଇନ୍ଦୁପୁରକୁ ୩୮ଜଣ, ଜମଧରକୁ ୦, କଳପଡାକୁ ୩ଜଣ, କଂସାରକୁ ୧୪ଜଣ, କପାଳେଶ୍ୱରକୁ ୮୦ଜଣ, କୋରୋକୁ ୪ଜଣ, କୁତୁରଙ୍ଗକୁ ୨୮ଜଣ, ନିକିରାଇକୁ ୬୧ଜଣ, ଓସ୍ତପୁରକୁ ୪୪ଜଣ, ପଳସଂହାକୁ ୨୭ଜଣ, ପୁରୁଷୋତ୍ତମପୁରକୁ ୫ଜଣ, ସାନମାଣିତିଆକୁ ୯ଜଣ ଓ ଶ୍ୟାମସୁନ୍ଦରପୁର ପଂଚାୟତକୁ ୯ଜଣ ଆସି ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ଗତ ୩ତାରିଖ ପୂର୍ବରୁ ୬ଜଣ ଆସିଥିବା ବେଳେ ୩ତାରିଖରେ ୨୬ଜଣ, ୪ତାରିଖରେ ୭୬ଜଣ, ୫ତାରିଖରେ ୭ଜଣ, ୬ତାରିଖରେ ୨୪ଜଣ, ୭ତାରିଖରେ ୨୮ଜଣ ୮ତାରିଖରେ ୬୫ଜଣ, ୯ତାରିଖରେ ୫୬ଜଣ, ୧୦ତାରିଖରେ ୪୭ଜଣ, ୧୧ତାରିଖରେ ୧୯୭ଜଣ, ୧୨ତାରିଖରେ ୧୦୧ଜଣ, ୧୩ତାରିଖରେ ୩୯ଜଣ, ୧୪ତାରିଖରେ ୯୭ଜଣ ଓ ୧୫ ତାରିଖରେ ୮୧ଜଣ ଆସିଥିବା ସୂଚନା ମିଳିଛି। କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରବାସୀ ଓଡିଆମାନଙ୍କୁ ବିଭିନ୍ନ ପଂଚାୟତର ସଙ୍ଗରୋଧ କେନ୍ଦ୍ରକୁ ବିଡିଓ ଶ୍ରୀ ସିଂ ପଠାଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.