Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବିଜେପିର ୨ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କେନ୍ଦ୍ରାପଡା ବିଜେପିର ୨ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

46

କେନ୍ଦ୍ରାପଡ଼ା, ୧୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡାର ଦୁଇ ଦିନିଆ ଜିଲ୍ଲା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ସଂଯୋଜନାରେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ପ୍ରଭାରୀ ଡଃ. ଯତୀନ ମହାନ୍ତି, ରାଜ୍ୟ ସ୍ଥାୟୀ ନିୟନ୍ତ୍ରୀତ ସଦସ୍ୟ ଦୋଳଗୋବିନ୍ଦ ନାୟକ, ବିଜୟ ପ୍ରଧାନ, ସୁନାକର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ, ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ଜିଲ୍ଲା ଉପସଭାପତି ଉପିନ ରାଉତ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଶିବିରରେ ମୋଦି ସରକାରଙ୍କ ୭ବର୍ଷର ଉପଲବ୍ଧି, କାର୍ଯ୍ୟକର୍ତ୍ତା ଓ ନେତୃତ୍ୱର ବିକାଶ, ସୁରକ୍ଷା ସାମର୍ଥ୍ୟ ଓ ଆତ୍ମନିର୍ଭର ଭାରତ, ପଞ୍ଚାୟତ ଓ ପୈାରନିର୍ବାଚନ ପରିଚାଳନା, ସଂଗଠନ ସଂରଚନା ଏବଂ ବିଚାର ପରିବାର, ବିଜେପିର ଇତିହାସ ବିକାଶ ଏବଂ ମିଡିଆ ଓ ସୋସିଆଲ ମିଡିଆର ବ୍ୟବହାର ଓ ଉପଯୋଗ ଆଦି ବିଷୟରେ କାର୍ଯର୍୍ୟକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ପଣ୍ଡା, ସଂଜୟ ସାହୁ, ଅହଲ୍ୟା ଲେଙ୍କା, ସରୋଜକାନ୍ତ ନାୟକ, ଶଶାଙ୍କ ଶେଖର ସେଠୀ, ଅଭିମନ୍ୟୁ ଗୋଛାୟତ, ବିକ୍ରମାଦିତ୍ୟ ସାହୁ, ଅମିତାଭ ସୁଆର, ପ୍ରଜେଶ ନାୟକ, ସୁନାକର ପ୍ରଧାନ, ଶୁଭ୍ରରଞ୍ଜନ ସାମଲ, ମିହିର ସାମଲ, ପ୍ରତିମା ନାୟକ, ବିକ୍ରମାଦିତ୍ୟ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଶିବିରରେ ଜିଲା୍ଲ ଓ ରାଜ୍ୟର ସମସ୍ତ ପଦାଧିକାରୀ, ଜିଲ୍ଲା ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ, ସମସ୍ତ ମୋର୍ଚ୍ଚା ଓ ମଣ୍ଡଳର ସଭାପତି ଓ ସାଧାରଣ ସମ୍ପାଦକ, ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ଅନେକ ଛାମୁଆଁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ଦାସ, ମାନସ ଦାସ, ହରିଶ ପ୍ରଧାନ, ବିଚିତ୍ର ପ୍ରଧାନ, ଭରତ ଚନ୍ଦ୍ର ଦାସ, ରତି ରଞ୍ଜନ ଜେନା, ବଳରାମ ବେହେରା, ଅବିନାଶ ସ୍ୱାଇଁ, ଉଷାରାଣୀ ମିଶ୍ର, ମିନତୀ ମହାନ୍ତି, ସରସ୍ୱତୀ ବେହେରା, ବନ୍ଦନାରାଣୀ ରାଉତରାୟ, ନମିତା ବଳ, ସୁନିତା ବଳ, ସସ୍ମିତା ସାହୁ, କାବେରୀ ବେହେରା, ରାଜେନ୍ଦ୍ର ପତି, ଲକ୍ଷ୍ମୀକାନ୍ତ ସାହୁ, ମନମୋହନ ବେଉରା, ହରେକୃଷ୍ଣ ରାୟ, ଦେବେନ୍ଦ୍ର ଜେନା, ସିଦ୍ଧାର୍ଥ ଶଙ୍କର ସିଂ, ଅନନ୍ତ ମଳିକ ପ୍ରମୁଖ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟବସ୍ଥା ଦାୟିତ୍ୱରେ ରହି କାର୍ଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.