Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

36

କେନ୍ଦ୍ରାପଡ଼ା, ୧୧ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତଙ୍କ ସଂଯୋଜନାରେ ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ପ୍ରଭାରୀ ଡ. ଯତିନ ମହାନ୍ତି, ବିଜେପି ନେତା ଦୋଳ ଗୋବିନ୍ଦ ନାୟକ, ବିଜୟ ପ୍ରଧାନ, ସୁନାକର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ମାନସ ମହାନ୍ତି ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଭରପୁର ଥିବାବେଳେ କେନ୍ଦ୍ରର ମୋଦି ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପ୍ରଦାନ କରୁଥିବା ସତ୍ତ୍ୱେ ରାଜ୍ୟ ସରକାର ତଥା ନିର୍ବାଚିତ ପ୍ରତିନିଧିମାନଙ୍କର ଇଚ୍ଛା ଶକ୍ତିର ଅଭାବ ଓ ଅପରିଣାମଦର୍ଶୀ କାର୍ଯ୍ୟ ଯୋଜନା, ଭ୍ରଷ୍ଟାଚାର ଓ ଦଳୀୟ କର୍ମୀଙ୍କୁ ତୃଷ୍ଟି କରଣ ପାଇଁ ଜିଲ୍ଲା ବର୍ତ୍ତମାନ ବିକାଶ କ୍ଷେତ୍ରରେ ରାଜ୍ୟରେ ସର୍ବନିମ୍ନ ସ୍ଥାନରେ ରହିଛି କହି କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲା ଉପସଭାପତି ସଞ୍ଜୟ ସାହୁ ରାଜନୈତିକ ଚିଠା ପ୍ରସ୍ତାବରେ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥତି, ବ୍ଲକ ଓ ପଞ୍ଚାୟତସ୍ତରରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ତୋଷରପାତ, ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ କୃଷକ ଶୋଷଣ, ଜଣସେଚନ କ୍ଷେତ୍ରରେ ସ୍ଥାଣୁତା, ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସତ୍ତ୍ୱେ ସରକାର ବିଜୁ ସ୍ୱସ୍ଥ୍ୟକାର୍ଡ ବଣ୍ଟନ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା, ପଞ୍ଚାୟତ ଓ ପୈାରସଂସ୍ଥା ଗୁଡିକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ ପ୍ରଚାର କରିବା, ବିଦ୍ୟୁତ ଶୁଳ୍କ ବୃଦ୍ଧି, ଖରସ୍ରୋତା ଜଳ ବଣ୍ଟନରେ ଚଞ୍ଚକତା, ବେଆଇନ ଗୋ ଚାଲାଣ ଓ କ୍ରୀଡା କ୍ଷେତ୍ରରେ ବ୍ୟାପକ ଅବହେଳା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଭିତରକନିକା ଓ ଶ୍ରୀ ବଳଦେବଜୀୟୁ ମନ୍ଦିର ସମେତ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି କରଣ, ଧୈାୟାଞ୍ଚଳରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା, ବାତ୍ୟା ଜୱାଦରେ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ଋଣ ଛାଡ ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷତା ରକ୍ଷା ସମ୍ପର୍କରେ ପ୍ରସ୍ତାବ ଆଗତ କରିଥିଲେ ଓ ତାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଉପିନ ରାଉତ, କୃଷ୍ଣଚନ୍ଦ୍ର ପଣ୍ଡା, ମନୋରଞ୍ଜନ ଉପାଧ୍ୟାୟ, ଅହଲ୍ୟା ଲେଙ୍କା, ସରୋଜକାନ୍ତ ନାୟକ, ଶଶାଙ୍କ ଶେଖର ସେଠୀ, ବିକ୍ରମାଦିତ୍ୟ ସାହୁ, ଅମିତାଭ ସୁଆର, ପ୍ରଜେଶ ନାୟକ, ସୁନାକର ପ୍ରଧାନ, ଶୁଭ୍ରରଞ୍ଜନ ସାମଲ, ମିହିର ସାମଲ ପ୍ରମୁଖ ପରିଚାଳନା କରିଥିଲେ। ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ରାଷ୍ଟ୍ରୀୟ ଅନୁସୂଚିତ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା କଳ୍ପନା ମଲ୍ଲିକ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ମହମ୍ମଦ ସଲିମ ଖାନ୍‌, ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଡ. ଦୂର୍ଗାପ୍ରସନ୍ନ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚାର ଭକ୍ତବନ୍ଧୁ ମିଶ୍ର, ବିକ୍ରମ ରାଉତରାୟ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲାଟ କେଶରୀ ସାମଲ, ଓବିଶି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ଦାସ, ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ମମତାମୟୀ ସାମଲ, ରାଜ୍ୟ ପରିଷଦ ସଭ୍ୟ ରଶ୍ମିରଞ୍ଜନ ବେହୁରା, ସରୋଜ ସାହୁ, ନୃସିଂହ ପତ୍ରୀ, ଜିଲ୍ଲା ମିଡିଆ ପ୍ରମୁଖ ନେହେରୁ ସାହୁ, ଆଇଟି ପ୍ରମୁଖ ମୁକ୍ତିକାନ୍ତ ସ୍ୱାଇଁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.