Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାର ସରପଂଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକନଫରେନ୍ସ ଯୋଗେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା

କେନ୍ଦ୍ରାପଡା ଜିଲ୍ଲାର ସରପଂଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକନଫରେନ୍ସ ଯୋଗେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା

102

କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର କରୋନା ଯୋଦ୍ଧା ସରପଂଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ସଚିବାଳୟର ତୃତୀୟ ମହଲା କନଫରେନ୍ସ ହଲରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଉପସ୍ଥିତ ଥିବା ସରପଂଚ ଓ ବିଧାୟକମାନଙ୍କ ସହିତ ପ୍ରତ୍ୟେକ ପଂଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା, ବାହାର ରାଜ୍ୟ ଓ ଦେଶ ବାହାରୁ ଆସିଥିବା ପ୍ରବାସୀମାନଙ୍କ ଖବର ସଠିକ ଭାବେ ବୁଝିବା ଏବଂ ଜିଲ୍ଲାରେ କୋଭିଡ ପରିଚାଳନା ସଠିକ ଭାବରେ ହୋଇଥିବାରୁ ସେଥିନିମନ୍ତେ ଜିଲ୍ଲାପାଳ, ସରପଂଚମାନଙ୍କ ସମେତ ସେହି କାର୍ଯ୍ୟରେ ନିୟୋଜିତ ସମସ୍ତ ବିଭାଗର ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଯୋଗୁଁ କେନ୍ଦ୍ରାପଡାବାସୀଙ୍କ ମନରେ ଆଶା ଓ ବିଶ୍ୱାସର ସଂଚାର ହୋଇଥିଲା। ଯାହାଫଳରେ ଏଠାରେ କରୋନାର ସଫଳ ମୁକାବିଲା କରାଯାଇଛି। ଏଠାକୁ ଯେଉଁ ପରିମାଣର ପ୍ରବାସୀ ଆସିବାକୁ ଲାଗିଲେ ତାକୁ ଦେଖି ଆତଙ୍କିତ ଲାଗୁଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆମକୁ କରୋନା ମୁକାବିଲା କରିବାରେ ସହୟତା ଯୋଗାଇଥିଲା। ତେଣୁ ସଂକ୍ରମଣ ଦୃଷ୍ଟିରୁ ଆମେ ବହୁ ପଛରେ ରହିଛୁ ବୋଲି ବିଧାୟକ କହିଥିଲେ। ଏହା ସଦାସର୍ବଦା ବିପର୍ଯ୍ୟୟକୁ ସମନା କରୁଥିବା ଏକ ଜିଲ୍ଲା ହୋଇଥିବା ବେଳେ ଏଠାରେ ଜୀବନ ସହିତ ଜିବୀକାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେଥିପାଇଁ ଜିଲ୍ଲାବାସୀ ଏହି ଜିଲ୍ଲାକୁ କରୋନାମୁକ୍ତ କରିବା ପାଇଁ ସର୍ବଦା ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଆମକୁ କରୋନା ସହିତ ଲଢେଇ କରିବାକୁ ସାହାସ ଦେଇଥିଲା। ପ୍ରାୟ ୫୫ହଜାର ପ୍ରବାସୀ କରୋନା ଯୋଗୁଁ ଜିଲ୍ଲାକୁ ଫେରିଥିବାରୁ ସେମାନଙ୍କ କର୍ମସଂସ୍ଥାନ ପାଇଁ ଜିଲ୍ଲାରେ ଏକ ଟେକ୍ସଟାଇଲ ହବ ନିର୍ମାଣ କରାଯିବାକୁ ପ୍ରସ୍ତାବ ରଖିଥିଲେ। କେନ୍ଦ୍ରାପଡା ବ୍ଲକରୁ ବଗଡା ପଂଚାୟତର ସରପଂଚ ନିରୂପମା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ବ୍ଲକରୁ ମଧ୍ୟ ସରପଂଚମାନେ ଆଲୋଚନାରେ ଅଂଶଗ୍ରହଣ କରି ଅଧିକ ସଂଖ୍ୟାରେ ରାସନକାର୍ଡ ଟାର୍ଗେଟ ଜିଲ୍ଲାକୁ ପ୍ରଦାନ କରିବା, ଆମ୍ବୁଲାନ୍ସ ପ୍ରଦାନ ଓ ପଂଚାୟତକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ ଏହି ଜିଲ୍ଲାବିଜୁବାବୁଙ୍କର ଅତିପ୍ରିୟ ହୋଇଥିବାରୁ ସେ ଏହି ଜିଲ୍ଲାକୁ ଫୋକସ କରି ସମସ୍ତ ବ୍ୟବସ୍ଥା କରିଛନ୍ତି। ସରପଂଚମାନେ କୋଭିଡର ସଫଳ ମୁକାବିଲା କରିଥିବାରୁ ସେ ଗର୍ବିତ ଏବଂ ବିଜୁବାବୁ ବଂଚିଥିଲେ ବହୁତ ଖୁସି ହୋଇଥାନ୍ତେ। ଜିଲ୍ଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୭ଲକ୍ଷ ରାସନକାର୍ଡର ଟାର୍ଗେଟ ଯୋଗାଇ ଦିଆଯାଇଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ବଳକାଥିବା ଟାର୍ଗେଟରୁ ଯୋଗ୍ୟବ୍ୟକ୍ତିଙ୍କୁ ରାସନକାର୍ଡ ଯୋଗାଇଦେବାରେ କିଛି ଅସୁବିଧା ନାହିଁ। ଏଥିସହିତ ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପଂଚାୟତ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମନରେଗା ଯୋଜନାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ। କେନ୍ଦ୍ରାପଡା ବ୍ଲକରେ ବିଧାୟକ ଶ୍ରୀ ବେହେରାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂ ଓ ବିଭିନ୍ନ ପଂଚାୟତର ସରପଂଚମାନେ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରରୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ସଚିବ, ବିଧାୟକ, ସରପଂଚ ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.