Home Coronavirus Outbreak କେନ୍ଦ୍ରାପଡା ଜିଲ୍ଲାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡା ଜିଲ୍ଲାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ

276

କେନ୍ଦ୍ରାପଡା ୬/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାରେ ପୂର୍ବରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ୨ଜଣ କରୋନା ସଂକ୍ରମଣ ଚିକିତ୍ସା ପରେ ଆରୋଗ୍ୟ ହୋଇ ସାରିଥିବା ବେଳେ ଆଜି ଅନ୍ୟ ଜଣେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଜିଲ୍ଲାର ତୃତୀୟ କରୋନା ସଂକ୍ରମଣ ହୋଇଥିବା ୬୦ବର୍ଷ ବୟସର ପୁରୁଷ ଜଣକ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଭୁବନେଶ୍ୱର ଠାରେ ତାଙ୍କ ସ୍କ୍ୱାବ ପରୀକ୍ଷା କରାଯିବା ପରେ ଏହା ଜଣାପଡିଛି। ସଂକ୍ରମିତ ଜଣକ ଜିଲ୍ଲାକୁ ଆସିନଥିବା ବେଳେ ସେ ଏହି ଜିଲ୍ଲାର ବାସିନ୍ଦା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.