Home Coronavirus Outbreak କେନ୍ଦ୍ରାପଡା ଜିଲ୍ଲାରେ ଆଜି ୪୯ କରୋନା ପଜିଟିଭ: ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୪୯ କରୋନା ପଜିଟିଭ: ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି

54
Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render

କେନ୍ଦ୍ରାପଡ଼ା, ୨୮ା୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୪୯ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥି ମଧ୍ୟରୁ ଆଳି ବ୍ଲକରେ ୯ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୯ଟି, ଗରଦପୁର ବ୍ଲକରେ ୨, କେନ୍ଦ୍ରାପଡା ବ୍ଲକରେ ୬ଟି, ମହାକାଳପଡା ବ୍ଲକରେ ୪, ମାର୍ଶାଘାଇ ବ୍ଲକରେ ୪, ପଟ୍ଟାମୁଣ୍ଡାଇ ବ୍ଲକରେ ୭, ରାଜକନିକା ବ୍ଲକରେ ୧, ରାଜନଗର ବ୍ଲକରେ ୫ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି। ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.