Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗରେ ଆୟକର ଦିବସ ପାଳିତ

କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗରେ ଆୟକର ଦିବସ ପାଳିତ

39

କେନ୍ଦ୍ରାପଡ଼ା, ୨୪ା୭ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ୱାରା ଆୟକର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁଣ୍ଟାଟ ଆଶାରାମ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କଥାର କୁହୁକ ଦ୍ୱାରା ଉପସ୍ଥିତ + ୩ ବାଣିଜ୍ୟ ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ ଆୟକର ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ। ଅଧ୍ୟାପକ ବିକାଶ କୁମାର ନାୟକ ଆୟକରର ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ସହିତ ଅଧ୍ୟାପକ ମନୋଜ ପ୍ରଧାନଙ୍କ ସହ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ। ଉତ୍ସବର ଶେଷ ପର୍ଯ୍ୟାୟରେ ଆୟକର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ସଂପୂର୍ଣ୍ଣ ଉତ୍ସବକୁ ଛାତ୍ର ଅବିନାଶ ଜେନା ଓ ଛାତ୍ରୀ ସୋନାଲି ପ୍ରିୟଦର୍ଶିନୀ ସେଠୀ ପରିଚାଳନା କରିଥିଲେ। ଛାତ୍ର ସମ୍ପାଦକ ମାନସରଞ୍ଜନ ବେହେରା, ସତ୍ୟଜିତ ସାହୁ ଓ ମନୋରଞ୍ଜନ ସାହୁ ପ୍ରମୁଖ ଆୟକର ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ପରିଶେଷରେ ମୁଖ୍ୟ ଅତିଥିଙ୍କୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.