Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା କଲେଜର ନୂତନ ପ୍ରକଳ୍ପ ଲୋକାର୍ପିତ

କେନ୍ଦ୍ରାପଡା କଲେଜର ନୂତନ ପ୍ରକଳ୍ପ ଲୋକାର୍ପିତ

44

କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ବ୍ୟବହୃତ ଟ୍ୟାଙ୍କ- ଟି୫୫ ବୁଧବାର କଲେଜ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଓ କଲେଜ ପରିଚାଳନା ପରିଷଦ ସଭାପତି ଡା. ବାସୁଦେବ ପାତ୍ର ଓ କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏହି ଟ୍ୟାଙ୍କ ଦେଶର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତ-ପାକିସ୍ଥାନ ଯୁଦ୍ଧର ବିଜୟ ଗୈାରବର ସ୍ମାରକୀ ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଛି। କଲେଜ ପରିସରରେ ଏହି ଟ୍ୟାଙ୍କ ଛାତ୍ରଛାତ୍ରୀ ତଥା ସର୍ବସାଧାରଣଙ୍କ ପାଇଁ ଦର୍ଶନ ନିମିତ୍ତ ରଖାଯାଇଛି। ଏତଦବ୍ୟତିତ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅନୁଦାନରେ ନିର୍ମିତ ଶୈକ୍ଷିକ ଗୃହ, ନବୀକୃତ ଗଣିତ, ପରିସଂଖ୍ୟାନ ଓ ପ୍ରାଣୀ ବିଜ୍ଞାନ ଗୃହ ସମେତ ଉଚ୍ଚଶିକ୍ଷା ବିଭାଗର ଫନି ବାତ୍ୟା ଜନିତ ଅନୁଦାନରେ ନିର୍ମିତ ଭୂବିଜ୍ଞାନ ବିଭାଗର ନୂତନ ଗୃହକୁ ଅତିଥିମାନେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କଲେଜର ପୁରାତନ ଛାତ୍ରଙ୍କ ମଧ୍ୟରେ ରାଜେଶ ପଣ୍ଡା, ପ୍ରଦିପ କୁମାର ସାହୁ, ମହେନ୍ଦ୍ର ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.