Home ଓଡ଼ିଶା କେନ୍ଦ୍ରାପଡା କଲେଜରେ ଗଣ୍ଡଗୋଳ ଅଭିଯୋଗରେ ୨ ଥାନାରେ ଅଟକ

କେନ୍ଦ୍ରାପଡା କଲେଜରେ ଗଣ୍ଡଗୋଳ ଅଭିଯୋଗରେ ୨ ଥାନାରେ ଅଟକ

100

କେନ୍ଦ୍ରାପଡା ୧୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ୨ ଅଣଛାତ୍ରଙ୍କୁ ଟାଉନ ଥାନା ପୋଲିସ ଧରିଆଣି ଥାନାରେ ଅଟକ ରଖିଥିବା ପୋଲିସ ସୁତ୍ରରୁ ଜଣାପଡିଛି।

ଅଭିଯୋଗରୁ ପ୍ରକାଶ ଯେ ଗୁରୁବାର ପୂର୍ବାହ୍ନରେ କଲେଜ ପରିସରରେ କଲେଜ ବାଣିଜ୍ୟ ବିଭାଗର ଜନୈକ ଛାତ୍ରକୁ ଗାଳିଗୁଲଜ କରିବା ସହିତ ତାକୁମାଡମାରି ସାର୍ଟ ଚିରିଦେବା ସଂପୃକ୍ତ ଛାତ୍ର କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲା। ଅଧ୍ୟକ୍ଷ ସେହି ଅଭିଯୋଗକୁ ଟାଉନ ଥାନା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ ନିମନ୍ତେ ପଠାଇଦେବା ପରେ ପୋଲିସ କଲେଜ କ୍ୟାମ୍ପସରେ ପହଁଚି ସଂପୃକ୍ତ ୨ ଅଣଛାତ୍ରଙ୍କୁ ନେଇ ଥାନାରେ ଅଟକ ରଖିଥିବା ଥାନା ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.