Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଆଇ.ସି.ଡି.ଏସ.ର କିରାଣୀ ଡେପୁଟେସନରେ ମାର୍ଶାଘାଇ ଆଇ.ସି.ଡି.ଏସ.ରେ

କେନ୍ଦ୍ରାପଡା ଆଇ.ସି.ଡି.ଏସ.ର କିରାଣୀ ଡେପୁଟେସନରେ ମାର୍ଶାଘାଇ ଆଇ.ସି.ଡି.ଏସ.ରେ

69

କେନ୍ଦ୍ରାପଡ଼ା, ୧୭ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଶାନ୍ତ ସେଠୀ ଗତ ୨୦୨୦ମସିହା ଡିସେମ୍ବରମାସରୁ ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟକୁ ଡେପୁଟେସନରେ ଯାଇଛନ୍ତି। କେନ୍ଦ୍ରାପଡା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର କର୍ମଚାରୀଙ୍କ ସେବା ପୁସ୍ତିକା ଅପଡେଟ ହୋଇପାରୁନଥିବା ବେଳେ ଇ-ସର୍ଭିସ ବୁକ କରାଯିବା, ବିଲ ପ୍ରସ୍ତୁତ କରାଯିବା, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ବାବଦ ବିଲ ପ୍ରସ୍ତୁତ ହେବାରେ ଗୁରୁତ୍ତର ସମସ୍ୟା ସୃଷ୍ଟି ହୋଇଛି। ଗତ ସେପ୍ଟେମ୍ବରମାସରୁ ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ନୂତନ କନିଷ୍ଠ କିରାଣୀ ଜଣେ ଯୋଗଦେବା ପରେବି କେନ୍ଦ୍ରାପଡା ଆଇ.ସି.ଡି.ଏସ. ରୁ ଡେପୁଟେସନରେ ମାର୍ଶାଘାଇ ଯାଇଥିବା କନିଷ୍ଠ କିରାଣୀ ଶ୍ରୀ ସେଠୀଙ୍କୁ କେନ୍ଦ୍ରାପଡାକୁ ଫେରାଇ ଅଣାଯାଉନାହିଁ। ଫଳରେ କେନ୍ଦ୍ରାପଡା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ବିଭିନ୍ନ ଅଫିସ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.