Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା: ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଓ ଶଯ୍ୟା ବୃଦ୍ଧିକୁ ଗୁରୁତ୍ବ

କେନ୍ଦ୍ରାପଡା: ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଓ ଶଯ୍ୟା ବୃଦ୍ଧିକୁ ଗୁରୁତ୍ବ

330

କେନ୍ଦ୍ରାପଡା ୨୭.୦୪ (ଓଡ଼ିଆ ପୁଅ) :- କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅାଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧ ଛାତ୍ରଛାତ୍ରୀଂକୁ ମଧ୍ୟାନ ଭୋଜନର ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଅଛି। ରାଜ୍ୟ ବାହାରୁ ଆସିବାକୁଥିବା ବ୍ୟକ୍ତି ମାନଂକ ପାଇଁ ଅଧିକ ଅସ୍ଥାଯୀ ସ୍ବାସ୍ଥ କେନ୍ଦ୍ର ଖୋଲିବା ଓ ଶଯ୍ୟାବୃଦ୍ଧି କରିବାକୁ ଜିଲ୍ଲାପାଳ ଶ୍ରୀ ସାମର୍ଥ ବର୍ମା ଗୁରୁତ୍ବ ଦେଇଛନ୍ତି। ଆଜିସୁଦ୍ଧା ଜିଲ୍ଲାର ସମସ୍ତ୨୪୯ଟି ଗ୍ରାମପଂଚାୟତରେ ୪୧୧ଟି ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଖୋଲା ଯାଇ ୧୬୭୩୧ ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାନ୍ଚଳରେ ୧୩ ଗୋଟି ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଖୋଲାଯାଇ ୭୦୯ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି। କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ୩୦୦ଟି, ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି, ସରକାରୀ ପଲିଟେକ୍ନିକ୍, ଛତାରେ ୧୫୦ଟି ଓ ପଟ୍ଟାମୁଣ୍ଡାଇ ଓ:ବି:ସି ଛାତ୍ରାବାସରେ ୧୫୦ଟି, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଗୋଟି ପୃଥକୀ କରଣ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ସରକାରୀ ପଲିଟେକ୍ନିକ, ଛତାଠାରେ ୧୧୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ୍ ଖୋଲାଯାଇ ସେଥିରେ ୧୦୦ଗୋଟି ଶଯ୍ୟା ଓ ୧୦ଗୋଟି।.C.U ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସୁରକ୍ଷାଯୋଜନାରେ ଅାଜିସୁଧା ଜିଲ୍ଲାର ୧୧୬୧୪୦୬ ହିତାଧିକାରୀଂକୁ ସେମାନଂକର ଏକକାଳୀନ ୩ମାସର ଚାଉଳ ବଣ୍ଟନକରାଯାଇଛି। ବିଦେଶରୁ ଆସିଥିବା ଜିଲ୍ଲାର ୫୯୦ ଜଣ ପଂଜୀକୃତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୯୧୫୦ ଜଣଂକୁ ଅାଜିସୁଧା ପଂଜିକୃତ କରାଯାଇଛି। ତାଲାବନ୍ଦ ଆଇନ ଉଲଂଘନ କରିଥିବାରୁ ୮୬ଗୋଟି ମାମଲା ରୁଜୁକରାଯାଇ ୧୪୫ଜଣ ଅଭିଯୁକ୍ତଂକ ନାମରେ କେଶସହ ୬୯ ଗୋଟି ବାଇକ, ୧୦ଗୋଟି ୪ ଚକିଆ ଓ ୨ ଗୋଟି ଅଟୋରିକ୍ସା ଜବତ୍ କରାଯାଇଛି ଏବଂ ୨, ୩୪, ୫୦୦ ଟଂକା ଜରିମାନା ଆଦାୟ କରାଯାଇଅଛି। କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାନ୍ଚଳର ୫୪୫ ଜଣ ପଂଜିକୃତ ରାସ୍ତାକଡ଼ ଉଠାଦୋକାନୀଂକୁ ୩୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ୍ କରାଯାଇଛି।ଜିଲାର ୭୧୮୯୯ଜଣ ପଂଜୀକୃତ ନିର୍ମାଣ ଶ୍ରମିକକୁ ୧୫୦୦ ଟଂକା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଂକର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନସହ ସାମାଜିକ ଦୁରତ୍ବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜନସାଧାରଣଂକ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ Phone No.8763349438 ଉପଲବ୍ଧ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.