Home କେନ୍ଦୁଝର କଲିକତାରୁ ଫେରିଥିବା ୧୮ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା

କଲିକତାରୁ ଫେରିଥିବା ୧୮ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା

463

ହାଟଡ଼ିହି-୨୭ /୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା ପଜେଟିଭ ବୋଲି ଜଣାପଡିବାପରେ ଏବେ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ତେଣୁ ସମସ୍ତ କଲିକତା ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେବାପରେ ଆଜିଠାରୁ ଏହି ପ୍ରକ୍ରୀୟା ଆରମ୍ଭ ହୋଇଛି । ହାଟଡିହି ବ୍ଲକର ଅନେକ ଗାଁର ଲୋକମାନେ କଲିକତାରେ ରହୁଥିବାବେଳେ ଶତାଧିକ ଲୋକ ସେଠାରୁ ଲୁଚିଛପି ପଳାଇ ଆସିଥିଲେ । କଲିକତାରୁ ହାଟଡିହି ବ୍ଲକ ଅଞ୍ଚଳକୁ ଫେରିଥିବା ୧୦୬ଜଣଙ୍କ ନମୁନା ପରୀକ୍ଷା ବାଧ୍ୟତା ମୁଳକ କରିବାକୁ ପ୍ରଶାସନ ନିଷ୍ପତି ନେବାପରେ ଗତ ୨୪ତାରିଖ ଠାରୁ ଏହି ପ୍ରକ୍ରୀୟା ଆରମ୍ଭ ହୋଇଛି । ସରପଞ୍ଚ, ଡାକ୍ତରୀଦଳ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସେମାନଙ୍କୁ ବୁଝାସୁଝା କରି କ୍ୱାରେଣ୍ଟାଇନରେ ରଖିବାପରେ ବିଭିନ୍ନ ଗ୍ରାମରୁ ଆଜି ୧୮ଜଣଙ୍କୁ ନମୁନା ପରୀକ୍ଷା ପାଇଁ ଆନନ୍ଦପୁରକୁ ପଠାଯାଇଛି । ପୁର୍ବରୁ ଯାଜପୁର ଜିଲ୍ଲାର ଦ୍ୱିତୀୟ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ୩୫ ଜଣ ବ୍ୟକ୍ତିଙ୍କ ସ୍ୱାବଟେଷ୍ଟ କରାଯିବା ସହିତ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ଭଦ୍ରକ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ୧୩ ଜଣଙ୍କ ସ୍ୱାବଟେଷ୍ଟ ସହିତ ସମସ୍ତଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ସେହିପରି ଗତ ୨୪ତାରିଖ ଦିନ ବିଭିନ୍ନ ଗ୍ରାମର ୩୬ଜଣଙ୍କ ନମୁନା ପରୀକ୍ଷା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.