Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ସଦଭାବନା ଦିବସ ପାଳିତ

କେନ୍ଦ୍ରାପଡାରେ ସଦଭାବନା ଦିବସ ପାଳିତ

55

କେନ୍ଦ୍ରାପଡ଼ା, ୨୧ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପୂର୍ବତନ ପ୍ରାଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜନ୍ମବାର୍ଷିକ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳନ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତାବଦ୍ଧ ଭାବେ ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ଉଦ୍ୟମ କରିବା ସହ ଅହିଂସା ନୀତିରେ ଅନୁପ୍ରାଣିତ ହୋଇ ପରସ୍ପର ମଧ୍ୟରେ ଥିବା ଭେଦଭାବକୁ ଦୂର କରିବା ପାଇଁ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ସହକାରୀ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ଜେନା, ଡେପୁଟୀ କଲେକ୍ଟର ସୁଶାନ୍ତ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅମ୍ବରୀଶ ସାମଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବିଭିନ୍ନ ବିଭାଗର ସେକସନ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଶପଥ ଗ୍ରହଣ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.