Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ଶନୈଶ୍ଚର ମହାଯଜ୍ଞ ଓ ଜଳାଭିଷେକ

କେନ୍ଦ୍ରାପଡାରେ ଶନୈଶ୍ଚର ମହାଯଜ୍ଞ ଓ ଜଳାଭିଷେକ

80

କେନ୍ଦ୍ରାପଡା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨ବର୍ଷ ହେବ କରୋନା ମହାମାରୀ ଯୋଗୁ ଏହା ପାଳନ କରାଯାଇପାରିନଥିଲା। ଏହି ଉପଲକ୍ଷେ ସହରର ଗଣାମାହାଲସ୍ଥିତ ସିଦ୍ଧ ବାଲାବାବା ମନ୍ଦିର ପରିସରରେ ଶନିଦେବଙ୍କ ମହାଯଜ୍ଞ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଶନିଦେବଙ୍କ ଆଜ୍ଞାମାଳ ଆଣିବା ପରେ ଶୁଭାଧିବାସ ଓ ଅଙ୍କୁରା ରୋପଣ କରାଯାଇଥିଲା। ଶନିବାର ପ୍ରାତଃରେ ଶହ ଶହ ଶନିଭକ୍ତଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ସ୍ଥିତ ଶନିଘାଟରୁ ବାହାରି କଳସରେ ନିର୍ମଳ ଜଳ ଧରି ଯଜ୍ଞ ସ୍ଥଳରେ ସ୍ଥାପନ କରାଯାଇଥିଲା। ଏହାପରେ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ରାତି ୧୧ଟା ସମୟରେ ପୂର୍ଣ୍ଣାହୁତି ସମ୍ପାଦନ କରାଯାଇଥିଲା। ସେହିପରି ସହରରେ ମହିପାଳ ସ୍ଥିତ ବାୟାବାବା ମଠ ସନ୍ନିକଟରେ, ସହର ନିକଟ ମା’ ଦକ୍ଷିଣକାଳୀ ପରିସରରେ ଥିବା ଶନି ମନ୍ଦିର, ତିନିମୁହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର ଓ ଚାଟରାପାଟଣାସ୍ଥିତ ଶନି ମନ୍ଦିର ଓ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଶନି ମନ୍ଦିର ପ୍ରଭୃତି ସ୍ଥାନରେ ବହୁ ମାନସିକଧାରୀ ଗୋବରୀ ଘାଟରୁ କଳସରେ ଜଳଆଣି ଶନିଦେବଙ୍କ ବିଗ୍ରହ ଉପରେ ଜଳାଭିଷେକ କରି ଶନିଦେବଙ୍କ ସାନିଧ୍ୟ ଲାଭ କରିଥିଲେ। ଏହି ସବୁ ସ୍ଥାନରେ ବିଶ୍ୱଶାନ୍ତି ପାଇଁ ମଧ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.