Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ବିଶ୍ୱ ହେପାଟାଇଟିସ ଦିବସ ପାଳିତ

କେନ୍ଦ୍ରାପଡାରେ ବିଶ୍ୱ ହେପାଟାଇଟିସ ଦିବସ ପାଳିତ

15

କେନ୍ଦ୍ରାପଡ଼ା, ୨୮ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗ ଦିବସ ପାଳନର ଆଭିମୁଖ୍ୟ, ହେପାଟାଇଟିସ ରୋଗର ଲକ୍ଷଣ ଓ ନିରାକରଣ ନିମନ୍ତେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ହେପାଟାଇଟିସ ଏକ ଭୂତାଣୁ ଜନିତ ରୋଗ। ଏ, ବି, ସି.ଡି. ଓ ଇ ହେପାଟାଇଟିସ ମଧ୍ୟରୁ ବି ଓ ସି ମାରାତ୍ମକ ଭାବେ ପରିଗଣିତ ହୋଇଥାଏ। ହେପାଟାଇଟିସ- ବି ରେ ଆକ୍ରାନ୍ତ ହୋଇ ଗର୍ଭବତୀ ମହିଳାଙ୍କର ସର୍ବାଧିକ ମୃତ୍ୟୁ ହୋଇଥାଏ। ସାରା ଭାରତ ବର୍ଷରେ ୨କୋଟି ଲୋକ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ଡା. ନୃପେନ ଶତପଥୀ ସୂଚନା ପ୍ରଦାନ କରିଥିଲେ। ଅନ୍ଧବିଶ୍ୱାସରେ ବିଶ୍ୱାସ ନକରି ସରକାରୀ ଚିକିତ୍ସାଳୟରେ ମାଗଣା ପରୀକ୍ଷା ଓ ଚିକିତ୍ସା କରିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକମାସ ୯ତାରିଖରେ ସୁରକ୍ଷିତ ମାତୃତ୍ୱ ଦିବସରେ ଗର୍ଭବତୀ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଏଚ.ଆଇ.ଭି./ ହେପାଟାଇଟିସ – ବି ର ପରୀକ୍ଷା କରିବା ନିହାତି ଆବଶ୍ୟକ ବୋଲି ଡା. ପି. କେ. ଦାଶ କହିଥିଲେ। ବୈଠକରେ ଡିପିଏମ ଗୀତାଞ୍ଜଳି ଦାସ, ଏପିଡେର୍ମାଟୋଲୋଜିଷ୍ଟ ସୁଶାନ୍ତ ପଟ୍ଟନାୟକ, ମାଇକ୍ରୋବାୟୋଲୋଜିଷ୍ଟ ସତ୍ୟନାରାୟଣ ସିଂହ, ଏ.ଏନ.ଏମ. ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ଭାରତୀ ସ୍ୱାଇଁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏ.ଏନ.ଏମ., ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସଫେଇ କର୍ମଚାରୀମାନେ ଯୋଗଦେଇଥିଲେ। ଶେଷରେ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.