Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡାରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

25

କେନ୍ଦ୍ରାପଡ଼ା, ୨୬ା୧୨ (ଓଡ଼ିଆ ପୁଅ) :କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ଦଳର ୨୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇଛାପୁରସ୍ଥିତ ମାଉସୀମା’ ମନ୍ଦିର ସନ୍ନିକଟ ରଥଦାଣ୍ଡରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜୟଯାତ୍ରା ର ୨୫ତମ ସଫଳତାର ବାର୍ତ୍ତା ଦଳୀୟକର୍ମୀମାନେ ଘରେ ଘରେ ପହଞ୍ଚାଇବା ସହିତ ଶୃଙ୍ଖଳା ଓ ପରଷ୍ପର ଭିତରେ ସମନ୍ୱୟ ରକ୍ଷାକରି ବିଜେଡିକୁ ପୁଣି ବହୁମତରେ ବିଜୟଲାଭ କରାଇବାକୁ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ନିବେଦନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବରିଷ୍ଠ ଆନଜୀବୀ ଦେବଦାସ ମହାନ୍ତି ପୈାରହିତ୍ୟ କରିଥିଲେ। ଏହି ଅବସରରେ ପ୍ରବାଦପୁରୁଷ ବିଜୁବାବୁଙ୍କ ସମସାମୟିକଏବଂ ଦୀର୍ଘଦିନ ଧରି ବିଜୁବାବୁଙ୍କ ସହିତ ରହିଆସିଥିବା ୧୨ଜଣ ବିଜୁ ଲିଗାସୀ ସଦସ୍ୟଙ୍କୁ ବିଜୁପ୍ରେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅପରାହ୍ନ ସାଢେ ୪ଟା ସମୟରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଦଳର ରାଜ୍ୟ ସ୍ତରୀୟ ରୈାପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ଆହୁରି ସମର୍ପିତ ହୋଇ ସାଧାରଣ ଜନତାଙ୍କ ସେବାରେ ନିୟୋଜିତ ହେବାକୁ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଉପଲକ୍ଷେ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ(ଲିପୁ)ଙ୍କ ନେତୃତ୍ୱରେ ଦୁହୁରିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କୁ ନେଇ ଇଛାପୁରସ୍ଥିତ ସଭାସ୍ଥଳରେ ପହଞ୍ଚିଥିଲା। ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାଳି ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ନଗର ସଭାପତି ଯଯାତିକେଶରୀ ମହାନ୍ତି, ବ୍ଲକ ସଭାପତି ଆଲୋକ ସାହୁ, ମହିଳା ସଭାନେତ୍ରୀ ରୋସ୍ôନା ସାହୁ, ସୁମିତ୍ରା ପାଢୀ, ସୀତାସୁନ୍ଦରୀ ମଲ୍ଲିକ, ସ୍ୱୟଂପ୍ରଭା କର, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜ୍ୟୋସ୍ôନାରାଣୀ ଜେନା, ସ୍ନେହପ୍ରଭା ତ୍ରିପାଠୀ, ସ୍ନେହଲତା ପ୍ରଧାନ, ଲୋପାମୁଦ୍ରା ବାରିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ହିରଣ୍ୟ ପଣ୍ଡା, ଭଜକୃଷ୍ଣ ରାଉତ, ରଞ୍ଜିତ ସାହୁ, ମହେନ୍ଦ୍ର ମିଶ୍ର, ମଙ୍ଗଳବରଣ ସିଂ, ଗଦାଧର ମଲ୍ଲିକ, ବସନ୍ତ ମଲ୍ଲିକ, ମୀତା ସାମଲ, ସୟଦ ଅକମଲ ଅଲ୍ଲୀ, ଆକ୍ରମ ଖାଁ, ସେକ ଗୋଫ୍ରାନ, ଜବାର ଅଲ୍ଲୀ, ସୁଧିର କୁମାର ଜେନା, ସୁରେନ୍ଦ୍ର ଜେନା, ନରହରି ପାଣି, ଶକ୍ତିକାନ୍ତ ପାତ୍ର, ଦୁଷ୍ମନ୍ତ ମଲିକ, ବିକାଶ ଦଳେଇ, ରଞ୍ଜନ କର, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ବିଜୟ ସ୍ୱାଇଁ, ରବିନ୍ଦ୍ର ପଣ୍ଡା, ସ୍ୱରୂପ ରାଉତରାୟ, ଅଜିତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.