Home ଓଡ଼ିଶା କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି

କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି

83

କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାରେ ଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁ ତଳିଆ ଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇ ନାହିଁନଥିବା ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ଛଡାଯିବା ପରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଥିବା ସୂଚନା ମିଳିଛି। ଏହି ଜିଲ୍ଲାଦେଇ ପ୍ରବାହିତ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ବିରୂପା, ବ୍ରାହ୍ମଣୀ ପ୍ରଭୃତି ନଦୀର ଜଳସ୍ତର କେଉଁଠି ବୃଦ୍ଧିପାଉଛି ତଃ ଆଉ କେଉଁଠି ସ୍ଥିର ରହିଥିବା ଦେଖିବାକୁ ମିଳିଛି। ଉପରୋକ୍ତ ନଦୀ ଗୁଡିକର ଅନେକ ସ୍ଥାନରେ ବିପଦ ସଙ୍କେତ ନିକଟରେ ବା ଅନ୍ୟ କେଉଁଠି ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି। ଜିଲ୍ଲା ବନ୍ୟା ନିୟନ୍ତ୍ରଣ କକ୍ଷର ସୂଚନା ଅନୁଯାଇ ରବିିବାର ଅପରାହ୍ନ ସୁଦ୍ଧା କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧିନ ଲୁଣା ନଦୀର ପୁବଂଶ ଠାରେ ବିପଦ ସଙ୍କେତ ସ୍ତର ୩୫.୨୮ଫୁଟ ଥିବା ବେଳେ ସେଠାରେ ୩୭.୦୦ଫୁଟ ଜଳ ପ୍ରବାହିତ ହୋଇ ସ୍ଥିର ଅବସ୍ଥାରେ ଥିବା ବେଳେ ଦାନପୁର ଠାରେ ବିପଦ ସଙ୍କେତ ସ୍ତର ୩୨.୫୫ ଥିବା ବେଳେ ସେଠାରେ ୩୪.୬୦ ଫୁଟରେ ସ୍ଥିର ରହିଛି, ବସପୁର ଠାରେ ବିପଦ ସଙ୍କେତ ସ୍ତର ୩୦.୦୦ଫୁଟଥିବା ବେଳେ ସେଠାରେ ବିପଦ ସଙ୍କେତ ଉପରେ ୩୧.୩୦ଫୁଟରେ ସ୍ଥିର ରହିଛି, ମାର୍ଶାଘାଇ ଠାରେ ବିପଦ ସଙ୍କେତ ସ୍ତର ୨୨.୦୦ଫୁଟ ଥିବା ବେଳେ ସେଠାରେ ମଧ୍ୟ ବିପଦ ସଙ୍କେତ ଉପରେ ୨୩.୮୦ଫୁଟରେ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ସେହିଭଳି ଚିତ୍ରୋତ୍ପଳା ନଦୀର ପାଟକୁରା ଠାରେ ବିପଦ ସଙ୍କେତ ସ୍ତର ୨୧.୫୦ଫୁଟ ଥିବା ବେଳେ ସେଠାରେ ୨୪.୬୫ଫୁଟରେ ସ୍ଥିର ରହିଥିବା ବେଳେ ବ୍ରାହ୍ମଣୀ ନଦୀର ଇନ୍ଦୁପୁର ଠାରେ ବିପଦ ସଙ୍କେତ ସ୍ତର ୮.୨୩ମିଟର ଥିବା ବେଳେ ସେଠାରେ ୮.୫୯ ଫୁଟ ପ୍ରବାହିତ ହେଉଛି ଓ ଅଳଭା ଠାରେ ବିପଦ ସଙ୍କେତ ସ୍ତର ୪.୯୯ ମିଟର ଥିବା ବେଳେ ସେଠାରେ ୫.୯୩ ମିଟର ଓ ବିରୂପା ନଦୀର ଗୋପାଳପୁର ଠାରେ ବିପଦ ସଙ୍କେତ ସ୍ତର ୧୦.୦୫ଥିବା ବେଳେ ସେଠାରେ ୧୦.୮୪ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏହିସବୁ ନଦୀରେ ୧୭ଟି ସ୍ଥାନରେ ଘଳିଆ ପଡିଥିବା ସୂଚନା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧୬ଟି ସ୍ଥାନରେ ପଡିଥିବା ଘଳିଆକୁ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇ ବନ୍ଦ କରାଯିବାକୁ ଚେଷ୍ଟା ଜାରି ରହିଛି। ପ୍ରଶାସନ ପକ୍ଷରୁ ମାତ୍ର କେତେକ ସ୍ଥାନରେ ବନ୍ୟା ପ୍ରପିଡିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପଶୁମାନଙ୍କ ପାଇଁ ଗୋଖାଦ୍ୟ ପ୍ରଦାନ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅନେକ ସ୍ଥାନରେ ପ୍ରଶାସନ ଏପର୍ଯ୍ୟନ୍ତ ପହଁଚି ପାରିନଥିବା ଅଭିଯୋଗ ହୋଇଛି।। ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୈାଣସି ସୂଚନା ପ୍ରଦାନ କରାନଯିବା ଓ ଜିଲ୍ଲା ଜରୁରୀ ଅଧିକାରୀଙ୍କ ଦାୟୀତ୍ୱରେ ଥିବା ସଂପୃକ୍ତ ଅଧିକାରୀଙ୍କୁ ଟେଲିଫୋନ କଲେ ସେ ମୋବାଇଲ ଉଠାଉନଥିବା ଦେଖାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.