Home ଓଡ଼ିଶା କେନ୍ଦ୍ରାପଡ଼ା ପୋଲିସ୍ ର ଏନକାଉଣ୍ଟର

କେନ୍ଦ୍ରାପଡ଼ା ପୋଲିସ୍ ର ଏନକାଉଣ୍ଟର

102

କେନ୍ଦ୍ରାପଡ଼ା, ୨୮/୦୯, (ଓଡ଼ିଆ ପୁଅ ପି ନାଏକ): ପୁଣି କେନ୍ଦ୍ରାପଡା ପୋଲିସକୁ ମିଳିଛି ଏକ ବଡ ସଫଳତା। କେନ୍ଦ୍ରାପଡା ଏସ୍‌ପି ଙ୍କ ଦ୍ୱାରା କୁଖ୍ୟାତ୍ ଅପରାଧୀକୁ ଏନ୍‌କାଉଣ୍ଟର କରାଯାଇଛି। ଫଳରେ ଏନ୍‌କାଉଣ୍ଟର ପରେ ଧରାହୋଇଛି ଏହି କୁଖ୍ୟାତ୍ ଅପରାଧୀ। ସୂଚନାନୁସାରେ, ୪ଜଣ କୁଖ୍ୟାତ୍ ଅପରାଧୀ ଡକାୟତି କରିବା ପରେ କଟକ ଚାନ୍ଦବାଲି ରୋଡ୍ ଦେଇ ଆଳିରୁ ଡକାୟତି କରି କଟକ ଆଡକୁ ଖସି ପଳାଉଥିଲେ।

କେନ୍ଦ୍ରାପଡା ସ୍ପେସାଲ୍ ସ୍କ୍ୱାର୍ଡ ପୋଲିସ୍ ଏହି ଡକାୟତିର ପିଛା କରି ଆସୁଥିଲା। ଶେଷରେ ଚାରି ପଟୁ ଘେରାଉ କରି ୪ଜଣଙ୍କ ମଧ୍ୟରୁ ଜଣକୁ ଏସପି ନିଜେ ଏନକ୍ୱାଉଣ୍ଟର। ଏନ୍‌କାଉଣ୍ଟର କରିଥିଲେ। ଏନ୍‌କାଉଣ୍ଟର କରିବାପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.