Home ଜିଲ୍ଲା ପରିକ୍ରମା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ, ଅଟୋ ବୋଝେଇ ନକଲି ବିଦେଶୀ ମଦ ଜବତ, ୩...

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ, ଅଟୋ ବୋଝେଇ ନକଲି ବିଦେଶୀ ମଦ ଜବତ, ୩ ଗିରଫ

43

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଜିଲା ଅବକାରୀ ବିଭାଗ କେବଳ ଛୋଟମୋଟ ଦେଶୀ ଚୋରା ମଦ ବେପାରୀଙ୍କୁ ଧରି ବାହାଦୁରି ନେଉଥିବାବେଳେ ବଡ ବଡ ଘଟଣାକୁ ଏଡାଇ ଦେଉଛି । ଯାହାର ନଜିର ଆଜି ଦେଖିବାକୁ ମିଳିଛି ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ୟୁନିଟ୍‌-୨ ପକ୍ଷରୁ ହୋଇଥିବା ଚଢାଉରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅବକାରୀ କମିଶନର ଆଶିଷ ସିଂ କୌଣସି ସୂତ୍ରରୁ ଖବର ପାଇ ଏ ବିଷୟରେ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କୁ ଅବଗତ କରାଇଥିଲେ । ଫଳରେ ତାଙ୍କର ନିର୍ଦ୍ଦେଶ କ୍ରମେ ଡିଏସ୍‌ପି ପ୍ରବୀର କୁମାର ସାମଲ, ଅବକାରୀ ଥାନାଧିକାରୀ ରବିନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ଛକି ବସିଥିଲେ । ଭୋର୍ ସମୟରେ ବାଲେଶ୍ୱରରୁ ଭଦ୍ରକ ରାଣୀତାଲ ଛକ ଦେଇ ଖଇରା ଥାନା ଅଧୀନସ୍ଥ ଅଡାକୁ ଯାଉଥିବା ଏକ ନକଲି ବିଦେଶୀ ମଦ ବୋଝେଇ ଅଟୋକୁ ଅଟକାଇଥିଲେ । ଏଥିରୁ ଏକ ଚକଲଗା ବଡ ଲଗେଜ୍ ବ୍ୟାଗ୍‌ରେ ଥିବା ୩୦ ଲିଟର ନକଲି ବିଦେଶୀ ମଦ (ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ) ଜବତ କରି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ଅଟୋ ଚାଳକ ସମେତ ବାଲେଶ୍ୱର ଅଂଚଳର ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.