Home Coronavirus Outbreak କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ ପଟ୍ଟନାୟକ

କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ ପଟ୍ଟନାୟକ

278

ଭୁବନେଶ୍ୱର ୧୪/୫ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଶୁଣି ନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ। ଏହାଦ୍ୱାରା ଓଡ଼ିଶା ରାଜ୍ୟର କ’ଣ ବିକାଶ ହେବ ବା ଜନସାଧାରଣ କି ଉପକୃତ ହେବେ ତାହା ମୁଁ ବୁଝିପାରୁନାହିଁ ଏବଂ କୃଷକ ଓ ମଧ୍ୟବିତଙ୍କ ପରିବାର ପାଇଁ କୌଣସି ସୁବିଧା ନାହିଁ। ଏହା ଦ୍ୱାରା କେବଳ ମୁଷ୍ଟିମେୟ ରାଜ୍ୟ ଗୁଜୁରାଟ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟମାନେ ଉପକୃତ ହେବେ। ଆଜି ଇପିକଲ ଏବଂ ଓ.ଏସ୍‌.ଏଫ୍‌.ସି. ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ଜାଣି ପାରିବେ। ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମି ପାରିବ ନାହିଁ। ରାଜ୍ୟରେ ଯେହେତୁ ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ, ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେହିଭଳି ରାଜ୍ୟରେ ଚାଲିଥିବା କରୋନା କେନ୍ଦ୍ର ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲୁଛି। ସରକାର ଏଥିରେ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ। କଂଗ୍ରେସ ଦଳ ସହଯୋଗର ଯେତେ ପ୍ରସ୍ତାବ ଦେଲେ ମଧ୍ୟ ରାଜ୍ୟ ସରକାର ଗ୍ରହଣ କଲେ ନାହିଁ କି ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବ ମଧ୍ୟ କଂଗ୍ରେସ ଦଳକୁ ସମୟ ଦେଲେ ନାହିଁ, ଠିକ୍ ଅଛି। କିନ୍ତୁ ନିଜ ଦଳରେ ବହୁ ନେତା, ସାଂସଦ ଓ ବିଧାୟକ ଥିବାବେଳେ ସେମାନଙ୍କୁ ମଧ୍ୟ ସାମିଲ କରୁନାହାନ୍ତି। ଖାଲି କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ନେଇ କାର୍ଯ୍ୟ କଲେ କରୋନାକୁ ଠିକ୍ ଭାବେ ମୁକାବିଲା କରିହେବ ନାହିଁ। ତେଣୁ ମୁଁ ଅନୁରୋଧ କରୁଛି ନିଜ ଦଳର ସାଂସଦ ବିଧାୟକ ମାନଙ୍କୁ ବିଶ୍ୱାସକୁ ନେଇ ଏହି କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତୁ। ତାହାଲେ ଅବସ୍ଥାର କିଛି ପରିବର୍ତ୍ତନ ହେବ। ନଚେତ ଭବିଷ୍ୟତରେ ପରିସ୍ଥିତି ବହୁତ ଭୟାବହ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟର ସଭାପତି ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.