Home ଓଡ଼ିଶା କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କୁ ଶତ ପ୍ରତିଶତ ବୋନସ ଦିଆଯାଉ :ପ୍ରଦୀପ ପୁରୋହିତ

କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କୁ ଶତ ପ୍ରତିଶତ ବୋନସ ଦିଆଯାଉ :ପ୍ରଦୀପ ପୁରୋହିତ

68

କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଏକ ହଜାର କେରୀ ପତ୍ର ତୋଳାଳିଙ୍କୁ ଶ୍ରମିକ କଲ୍ୟାଣ ମଙ୍ଗଳ ପାଣ୍ଠିରେ ସାମିଲ କରାଯାଉ

ବଲାଙ୍ଗିର କେନ୍ଦୁପତ୍ର ସିସିଏଫଙ୍କ ଅନୁଗୁଳ ଘରେ ବେଟି ଖଟୁଥିବା ୩ ଜଣ ୱାଚରଙ୍କୁ ମୁକ୍ତି କରାଯାଉ
ଭୁବନେଶ୍ୱର, ତା-୧୩/୧୧ (ଓଡ଼ିଆ ପୁଅ) : ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି। ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି। ରାଜ୍ୟରେ ଥିବା କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କୁ ଶତ ପ୍ରତିଶତ ବୋନସ ଦେବା ଦାବିରେ ବିଜେପିର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଗତକାଲି ମନ୍ତ୍ରୀ ଓ ଜଙ୍ଗଲ ସଚିବଙ୍କ ସହ ଆଲୋଚନା ବେଳେ କେନ୍ଦ‌ୁପତ୍ର ଶ୍ରମିକଙ୍କ ୯ ଦଫା ଦାବି ଉପରେ ଆଲୋଚନା ହୋଇଥିଲା।

୨୦୧୯ ବର୍ଷରୁ ୨ ହଜାର କେରୀ କେନ୍ଦୁପତ୍ର ତୋଳିଲେ ଜଣେ ତୋଳାଳି କେନ୍ଦ୍‌ୁପତ୍ର ଶ୍ରମିକ କଲ୍ୟାଣ ମଙ୍ଗଳ ପାଣ୍ଠିରେ ସାମିଲ ହେବାର ନିଷ୍ପତି ସରକାର ନେଇଥିବାରୁ ପାଖାପାଖି ୯୦ ଭାଗ କେନ୍ଦୁପତ୍ର ତୋଳାଳି ଏଥିରୁ ବଂଚିତ ହେଉଥିବାରୁ ପୂର୍ବବତ କେନ୍ଦୁପତ୍ର ଶ୍ରମିକ କଲ୍ୟାଣ ମଙ୍ଗଳ ପାଣ୍ଠିରେ ସାମିଲ ପାଇଁ ୧ ହଜାର କେରୀକୁ ମାନଦଣ୍ଡ ରଖିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି। ସେହିପରି ୧୯୭୩ ଗ୍ରାଚ୍ୟୁଇଟି ଆଇନ ଅନୁଯାୟୀ କେନ୍ଦୁପତ୍ର ସଂସ୍ଥା କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ପ୍ରାପ୍ୟ ଦେବା, ୨୦୨୦ ମସିହାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥିବାବେଳେ ବାକି ରହିଥିବା ରାଜ୍ୟର ୭୦୦ ଜଣ ୱାଚରଙ୍କ ଦରମା ବୃଦ୍ଧି କରାଯିବା, ରାଜ୍ୟସରକାରଙ୍କ ବର୍ଷକୁ ୨ ଲକ୍ଷ କ୍ୱିଂଟାଲ କେନ୍ଦୁପତ୍ର ଉତ୍ପାଦନ ଲକ୍ଷ୍ୟ ରଖୁଥିବାରୁ କେନ୍ଦୁପତ୍ର ଗୁଛା କଟା ଓ ପତ୍ରଖରଦିର ଅବଧିକୁ ବଢାଇବା, ସର୍ବନିମ୍ନ ମଜୁରୀ ଆଧାରରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ବନ୍ଧେଇ ଶ୍ରମିକ ମାନଙ୍କ ବନ୍ଧେଇ ବିଡାର ମୂଲ୍ୟ, ବସ୍ତା ଭର୍ତି ଓ ମେଟ କମିସନର ମଜୁରୀର ମୂଲ୍ୟ ପୁନନିର୍ଦ୍ଧାରିତ କରାଯିବା ସହ ବଲାଙ୍ଗିର କେନ୍ଦୁପତ୍ର ବିଭାଗର ସିସିଏଫ ଶ୍ରୀ ପ୍ରଦୀପ୍ତ ମହାପାତ୍ର, ପଦ୍ମପୁର, ଟିଟିଲାଗଡ ଓ ବଲାଙ୍ଗିରର ୩ ଜଣ ସିଜି ୱାଚରଙ୍କୁ ଅନୁଗୁଳସ୍ଥିତ ନିଜ ଘରକୁ ପଠେଇ ସେଠି ବେଟି ଖଟାଉଥିବାରୁ ସେମାନଙ୍କୁ ମୁକ୍ତ କରିବା ସହ ସରକାଙ୍କ ଠାରୁ ଗତ ୬ ମାସର ଦରମା ନେଇଥିବା ୱାଚରମାନଙ୍କ ଦରମା ସିସିଏଫଙ୍କ ଠାରୁ ଅସୁଲ କରାଯିବା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜଙ୍ଗଲ ବିଭାଗ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କେନ୍ଦୁପତ୍ର ବିଭାଗ ପିସିସିଏଫଙ୍କ ସହ ଆଲୋଚନା ହେବା ସହ ୯ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ଆଲୋଚନା ସମୟରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ କୋକିଳ ସାହୁ, ରୁଷଭ ପ୍ରଧାନ, ସୁରେଶ ପଣ୍ଡା, ମଧୁସୁଦନ ବେଲେର, ରାଜେନ୍ଦ୍ର ପ୍ରସାଦ ଯୋଶୀ, ସାଇଧର ପାଣ୍ଡେ, ବସନ୍ତ କୁମାର ସାହୁ ଅରମାନ ଖାଁ ଓ ରାଜ୍ୟ ୱାଚର ସଂଘ ପ୍ରତିନିଧୀ ଭାର୍ତିକ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.