Home କେନ୍ଦୁଝର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ କରୋନା ପଜେଟିଭ ଚିହ୍ନଟ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ କରୋନା ପଜେଟିଭ ଚିହ୍ନଟ

323

ହାଟଡିହି-୨୯/୫, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ ପୁଣି ଜଣେ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜେଟିଭଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ଆଜି ସୁଧା ମୋଟ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୭ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସମଣା ପଞ୍ଚାୟତ ବାହାରିପୁର କ୍ୱାରେଣ୍ଟାଇନରେ ଥିବାବେଳେ ସେ ହାଇଦ୍ରାବାଦ ଫେରନ୍ତା । ୨୧ବର୍ଷୀୟ ଏହି ଯୁବକ ଜଣକ ଗତ ୧୮ତାରିଖ ଦିନ ହାଇଦ୍ରାବାଦରୁ ଆସି ବାହାରିପୁର କ୍ୱାରେଣ୍ଟାଇନ ସେଣ୍ଟରେ ଥିଲେ । ଗତ ୨୬ତାରିଖ ଦିନ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କର ପଜେଟିଭ ରିପୋର୍ଟ ଆସିବାପରେ ଡାକ୍ତରୀଦଳ ସନ୍ଧ୍ୟାରେ ବାହାରିପୁର କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ତାଙ୍କୁ କୋଭିଡ-୧୯ ହସପିଟାଲକୁ ନେଇଯାଇଛନ୍ତି ବୋଲି ସମଣା ସରପଞ୍ଚ ପତିତ ପାବନ ନନ୍ଦ କହିଛନ୍ତି । ଏହାକୁ ମିଶାଇ ହାଟଡିହି ବ୍ଲକରେ ପଜେଟିଭ ସଂଖ୍ୟା ମୋଟ ୧୦ରେ ପହଞ୍ଚିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.