ହରିଚନ୍ଦନପୁର,ତା ୨୨ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଙ୍ଗା ସ୍ଥିତ ତୃପ୍ତି ସଫାରୀ ପରସରରେ ରବିବାର କେନ୍ଦୁଝର ଜିଲ୍ଲାର ଯୁବ ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ମତ, ସକରାତ୍ମକ ତଥା ସଂଗଠିତ ଭାବେ ଜିଲ୍ଲାର ଉନ୍ନତି ତଥା ସାମ୍ପତ୍ତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ଅବସରରେ ଜିଲ୍ଲାର ୧୩ଟି ବ୍ଲକ, ପୌରାଞ୍ଚଳ ତଥା ଏନଏସି ଗୁଡିକରୁ ଯୋଗ ଦେଇଥିବା ଯୁବ ସାମ୍ବାଦିକମାନଙ୍କ ସହମତିରେ ଏକ ଜିଲ୍ଲାସ୍ତରୀୟ ଯୁବ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଫର୍ମାଟରେ କାମ କରୁଥିବା ଯୁବ ସାମ୍ବାଦିକମାନଙ୍କୁ ସଂଗଠିତ କରି ଆଗାମୀ ଦିନରେ ସେମାନଙ୍କ ସୁରକ୍ଷା ତଥା ଆର୍ଦଶଗତ ସାମ୍ବାଦିକ ତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ସଂଗଠନର ମୂଳ ଲକ୍ଷ୍ୟ ରହିଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ତଥା ସଚେତନ ଧର୍ମୀୟ କାର୍ଯ୍ୟକ୍ରମରେ ଏହି ସଂଗଠନ ଆଗ ଧାଡିରେ ରହିବ ବୋଲି ଏହି ଅବସରରେ ଯୁବ ସାମ୍ବାଦିକ ସଂଗଠନର ଆବାହକମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ୧୦୦ରୁ ଉର୍ଦ୍ଧ୍ବ ଯୁବ ସାମ୍ବାଦିକ ଯୋଗଦାନ ଦେଇଥିଲେ । ହରିଚନ୍ଦନପୁର ବ୍ଲକ ଅଞ୍ଚଳର ସାମ୍ବାଦିକ ପ୍ରଶାନ୍ତ ନାୟକ, ସମାଜର ସୁଜିତ କୁମାର ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର, ଶ୍ରୀନିବାସ ପାଇକରାୟ, ଚମ୍ପୁଆ ଅଞ୍ଚଳର ରଞ୍ଜନ ପ୍ରଧାନ, ଯୋଡ଼ା ଅଞ୍ଚଳର ନାରାୟଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ଏବଂ ମତାମତ ରଖିଥିଲେ । ମା ତାରିଣୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସାମ୍ବାଦିକମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ସୁଚିନ୍ତିତ ମତ ରଖିଥିଲେ । ଏହାପରେ ନୂତନ କାର୍ଯ୍ୟକାରୀ ସମିତି ଗଠିତ ହୋଇଥିଲା, ସେଥିରେ ନାରାୟଣ ସାହୁ ସଭାପତି, ନିର୍ମଳ କୁମାର ବାରିକ କାର୍ଯ୍ୟକାରୀ ସଭାପତି, ସନ୍ତୋଷ କୁମାର ମହାପାତ୍ର ସମ୍ପାଦକ ସହ ସମସ୍ତ କାର୍ଯ୍ୟକାରିଣୀ ସମିତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଆଗାମୀ ଦିନରେ ସଂଗଠିତ ଭାବେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ନିରଞ୍ଜନ ମହାନ୍ତ ପରିଚାଳନା କରିଥିବା ବେଳେ ଜଗବନ୍ଧୁ ମହନ୍ତ, ପ୍ରେମାନନ୍ଦ ଦାସ, ହିମାଂଶୁ ଶେଖର ଦାସ, ହେମନ୍ତ ମହାରଣା, ରାମଚନ୍ଦ୍ର ନାଏକ, ଛବିନ୍ଦ୍ର ଜେନା, ଲକ୍ଷଣ କୁମାର ମହାନ୍ତ, ନିତ୍ୟାନନ୍ଦ ସାହୁ, ସୀତାରାମ ଦୀକ୍ଷିତ, ସୌମ୍ୟ ସଂ, ଏମଡି ନାଜିର, ବିରେନ୍ଦ୍ର କୁମାର ପାତ୍ର, ତପନ କୁମାର ବେହେରା, ରବିନ୍ଦ୍ର ଖମାଣିଆ, ତୀର୍ଥ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ଦୀପକ କୁମାର ନାଏକ, ସତ୍ୟ ଦାଶ, ବିର୍ କୁମାର ସିଂହ, ନିଗମ ପ୍ରସାଦ ସାହୁ, ରାଜେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପତି, ଉତ୍ତମ କୁମାର ଗିରି, କୃଷ୍ଣଚନ୍ଦ୍ର ବେହେରା, ପରେଶ କୁମାର ସେଠୀ ପ୍ରମୁଖ ଯୋଗ ଦେବା ସହ ସହଯୋଗ କରିଥିଲେ ।