Home ଜିଲ୍ଲା ପରିକ୍ରମା କେନ୍ଦୁଆପଦାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

କେନ୍ଦୁଆପଦାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

13

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ୧୬ନଂ.ଜୋନ୍ ଅନ୍ତଃର୍ଗତ କେନ୍ଦୁଆପଦା ଠାରେ ଆଜି ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକ ଏଲିଡି ମାଧ୍ୟମରେ ଉପସ୍ଥିତ ଥିବା ହଜାରେ ସଂଖ୍ୟାରେ ମହିଳା ଓ ପୁରୁଷ ଦେଖିଥିଲେ । ଏଥିସହ ଏହି ପଞ୍ଚାୟତରେ ହୋଇଥିବା ଦଣ୍ଡୋ ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର, ଗଣେଶ ପୀଠର ଉନ୍ନତୀକରଣ, ସତ୍ୟନାରାୟଣ ପୋଖରୀର ସୌନ୍ଦର୍ଯ୍ୟ କରଣ, କେନ୍ଦୁଆପଦା ହାଇସ୍କୁଲର ରୁପାନ୍ତରିକରଣ ଆଦି ଉପରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ । ଏହି ପଞ୍ଚାୟତର ଦଣ୍ଡୋ ଚିନାମାଳୀ ରାସ୍ତା, ଗଣ୍ଡଗରା ଗୋହିରା ପଦି ଏବଂ କେନ୍ଦୁଆପଦା ବଜାରରୁ ଦଣ୍ଡୋ ରାସ୍ତା ପାଇଁ ଭୋଟ ବର୍ଜନ ପରି ଚରମ ନିଷ୍ପତ୍ତି ଅଞ୍ଚଳବାସୀ ନେଇଥିବା ବେଳେ ଏବେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ଭାବେ ପକ୍କା ସଡ଼କ କରାଯିବ, ଏଥିସହ କେନ୍ଦୁଆପଦା ଲେବୁଲ୍ କ୍ରସିଂରେ ଓଭରବ୍ରିଜ୍ ନିର୍ମାଣ କାମ ଖୁବ୍ ଶିଘ୍ର ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଥିଲେ । ପଞ୍ଚାୟତ ସଭାପତି ବିଜୟ କୁମାର ଖଟୁଆଙ୍କ ସଭା ପରିଚାଳନାରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ମୁନି ମୁଣ୍ଡା, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ସମାଜସେବୀ ଅମୁଲ୍ୟ ସାହୁ, ରଘୁନାଥ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ବିକାଶ ପୁସ୍ତିକା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ, ପଞ୍ଚାୟତ ନିର୍ବାହି ଅଧିକାରୀ ଦେବେନ୍ଦ୍ର ଦଳେଇ, ଗ୍ରାମ ରୋଜଗାର ସେବକ ରାଜେଶ କୁମାର ଜେନାଙ୍କ ସମେତ ଅକ୍ଷୟ ଦାସ, ପବିତ୍ର ଲେଙ୍କା, ତପନ କୁମାର ଜେନା, ଯତିନ୍ଦ୍ର ମୋହନ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.