Home ଜିଲ୍ଲା ପରିକ୍ରମା କେନାଲରେ ୨୮ବର୍ଷୀୟ ଯୁବକଙ୍କ ଜଳ ସମାଧି

କେନାଲରେ ୨୮ବର୍ଷୀୟ ଯୁବକଙ୍କ ଜଳ ସମାଧି

19

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଲ କାମରୁ ଫେରି କ୍ଳାନ୍ତ ଶରୀର ରେ ଗାଁ ଆଗ ହାଇଲେବଲ କେନାଲ ରେ ଗାଧୋଉ ଥିବା ବେଳେ ଜଳ ରେ ବୁଡି ଯାଇ ଜଣେ ୨୮ବର୍ଷୀୟ ଯୁବକର ମୃତ୍ୟୁ ହୋଇଯାଇଅଛି। ବୟାବନପୁର ଗାଁ ର ଏହି ମୃତ ଯୁବକ ର ନାମ ପିତାମ୍ବର ସେନାପତି। ଘଟଣା ରୁ ପ୍ରକାଶ ଯେ ଆଜି ଦିନ ଦୁଇ ଟା ରେ ବିଲ ରୁ ଫେରି ପହଁରା ଶିଖି ନ ଥିବା ରୁ ପାହାଚ ରେ ବସି ଗାଧୋଉ ଥିବା ବେଳେ ପାଣି ରେ ବୁଡ଼ି ଯାଇ ଥିଲା। ସାଙ୍ଗରେ ଅନ୍ୟ୩/୪ଜନ ଗାଧୋଉ ଥିଲେ ମଧ୍ୟ ସେମାନଙ୍କ ନଜର ଆଡୁ ଆ ଲ ରେ ଏହି ଅଘଟଣ ଘଟି ବା ପରେ ସମସ୍ତେ ଖୋଜା ଖୋଜି ର ଏକ ଘଂଟା ପରେ ମୁଣ୍ଡ ଛୁଟି ୨୦ମିଟର ଦୂର ରେ ପାଣି ରେ ଦେଖିବାକୁ ମିଳି ଥିଲା। ଗ୍ରାମ ବାସୀ ଓ ଦମକଲ ବାହିନୀ ଦ୍ୱାରା ଉଦ୍ଧାର କରିବା ପରେ ତୁରନ୍ତଭଣ୍ଡାରିପୋଖରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇ ଥିଲା। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥଲେ। ଯେଉଁ କେନାଲ ପା ହା ଚ ରେ ବସି ସାଙ୍ଗ ମାନ ଙ୍କ ସହ ବାଘ୍ ଛେଳି ର ଖେଳ ଖେଳି ଅନେକ ବାତ୍ସଲ୍ୟ ଦିନ କାଟି ଥିଲା। ସେହି ଉଭା ଜଳ ବୁଡ଼ା ପାହାଚ ଯେ ଜୀବନନେଲା। ଏହାକୁ ଭାବି ପୁରା ପଂଚାୟତ ବାସୀ ସ୍ତବ୍ଧ ହୋଇ ଯାଇ ଛନ୍ତି। ଶୋକ ସନ୍ତପ୍ତ ପରିବାର ନିକଟ ରେ ରେ ସରପଂଚ ମିନତୀ ସାହୁ, ଯୁବ ବିଜେଡ଼ି ସଭାପତି ଲଳିତ ରାଉତ ପହଂଚି ସାନ୍ତ୍ୱନା ଦେବା ସହ ବାପ ମା ଙ୍କ ର ଏକ ମାତ୍ର ସନ୍ତାନ ହୋଇ ଥିବାରୁ ସରକାର ୨୦ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରନ୍ତୁ ବୋଲି ଅନୁ ରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.