Home ଜିଲ୍ଲା ପରିକ୍ରମା କୃଷ୍ଣଚରଣ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

କୃଷ୍ଣଚରଣ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

3

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାତନ ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିରର ୧୯୭୨ ମସିହା ପୁରାତନ ଛାତ୍ର ମାନଙ୍କୁ ନେଇ ଆଜି ବନ୍ଧୁମିଳନ ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏଥିରେ ୫୦ ରୁ ଉର୍ଦ୍ଧ ଯୋଗ ଦେଇ ଭାବର ଆଦାନ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସୁବାଷ ଚନ୍ଦ୍ର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ନଗେନ୍ କୁମାର ବାରିକ, ଡ.ଉମେଶ ଚନ୍ଦ୍ର ପୃଷ୍ଟି,ଡ.ଲଲାଟେନ୍ଦୁ କୁମାର ଆଇଚ,ଲକ୍ଷ୍ମୀଧର ସ୍ୱାଇଁ,ପ୍ରଭାତ କୁମାର ପଣ୍ଡା,ଶତ୍ରୁଘ୍ନ ପାଣିଗ୍ରାହୀ, ମହେନ୍ଦ୍ର କୁମାର ମିଶ୍ର,ଗୟାଧର ପଡିହାରୀ, ରତ୍ନାକର ଦାସ, କରୁଣାକର ପୁହାଣ, ହାଡିବନ୍ଧୁ ଜେନା, କାର୍ତିର୍କ ଚନ୍ଦ୍ର ମହାନ୍ତି, କୈଳାସ ଚନ୍ଦ୍ର ସାହୁ, ରାଧାଶ୍ୟାମ ନାୟକ, କମଳାକାନ୍ତ ସାହୁ, ଜନାର୍ଦ୍ଦନ ସାହୁ,ଅମୂଲ୍ୟ ପାଣିଗ୍ରାହୀ, ନରୋତମ ଜେନା,ଅର୍ଜୁନ ଚରଣ ସିଂହ, କମଳାକାନ୍ତ ବେହେରା, ରାଧାଶ୍ୟାମ ନାୟକ,ଅନ୍ନପୂର୍ଣ୍ଣା ଦାଶ, ମାଳତୀ ସ୍ୱାଇଁ, ବନପ୍ରିୟା ଦାସ ପ୍ରମୁଖ ଯୋଗ ଦେଇ ବିଗତ ଦିନର ସ୍ମୃତିକୁ ମନେପକାଇବା ସହ ବର୍ତମାନ କର୍ମକ୍ଷେତ୍ରରେ ଅବସ୍ଥାପିତ ନେଇ ନିଜ ନିଜର ଅନୁଭୂତି ରଖିଥିଲେ । ବୟସର ଅପରାହ୍ନରେ ଶରୀର ସୁସ୍ଥ ରହିବା ନେଇ ନିୟମିତ ଯୋଗପ୍ରତି ବ୍ରତୀ ହେବାକୁ ଗୁରୁତ୍ୱାରୋପ କରାଯାଇଥିଲା । ଆଗାମୀ ଦିନରେ ବାର୍ଷିକ ଉତ୍ସବ ପାଳନ ନେଇ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବଉଳ, ଆମଲା, ବାହାଡା ଆଦି ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଯେନା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.