Home ଜିଲ୍ଲା ପରିକ୍ରମା କୃଷି ପ୍ରଧାନ ଦେଶରେ ପାଣିପଂଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନର ଉଦ୍‌ଯାପନୀ...

କୃଷି ପ୍ରଧାନ ଦେଶରେ ପାଣିପଂଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନର ଉଦ୍‌ଯାପନୀ ସଭା

5

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣି ପଂଚାୟତ ପକ୍ଷ ପାଳନ ଜରିଆରେ ଜଳସଚେନ, ଜଳ ସେଚନର ସଦୁପଯୋଗ, ଜଳର ସୁବଂଟନ ସମ୍ବନ୍ଧରେ କୃଷକମାନଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ଗତ ଡ଼ିସେମ୍ବର ୨୨ ରୁ ଚଳିତ ଜାନୁୟାରୀ ୫ ପର୍ଯ୍ୟନ୍ତ ପାଳନ କରାଯାଉଥିବା ପାଣି ପଂଚାୟତ ପକ୍ଷର ଜିଲ୍ଲାସ୍ତରୀୟ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଅଭିମନ୍ୟୁ ସେଠୀ ଆମ ଦେଶ ଓ ରାଜ୍ୟ ଭଳି କୃଷି ପ୍ରଧାନ ମାଟିରେ ଜଳସେଚନର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପାଣି ପଂଚାୟତର ସୁପରିଚାଳନା ପାଇଁ ଦେଖାଯାଉଥିବା ସମସ୍ୟାର ଆଶୁ ସମାଧାନ କରାଯାଇ ଚାଷୀମାନଙ୍କ ଜଳାଭାବ ଦୂରୀକରଣ ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପାଣି ପଂଚାୟତ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜଳ ସେଚନ ଜନିତ ସୁବିଧାର ଫାଇଦା ଉଠାଇ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଯୋଜନାକୁ ଫଳପ୍ରଦ କରାଇ ଚାଷୀମାନେ ସ୍ୱାବଲମ୍ବୀ ହେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ସୁଦୃଢ଼ୀକରଣରେ ସହାୟକ ହୁଅନ୍ତୁ ବୋଲି ଜିଲ୍ଲାପାଳ ଚାଷୀମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲାପ୍ରଶାସନ ଆନୁକୂଲ୍ୟରେ ସାଳନ୍ଦୀ କେନାଲ ବିଭାଜନ ଭଦ୍ରକ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଂଜୟ କୁମାର ମହାନ୍ତି, ସହକାରୀ କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ସହକାରୀ ମୁଖ୍ୟଯନ୍ତ୍ରୀ ଶାଳପଡ଼ା ବାବୁଲାଲ ବେହେରା ପ୍ରମୁଖ ଯୋଗ ଦେଇ ଜଳବାୟୁ ଅନୁଯାୟୀ ପାଣି ପଂଚାୟତ ଗୁଡ଼ିକର ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସାଳନ୍ଦୀ କେନାଲ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ମଂଚ ପରିଚାଳନା କରିଥିଲେ । ଏସ୍‌.ଡ଼ି.ଓ. ରାଇକାନ ବେସ୍ରା ଓ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ବିଭିନ୍ନ ପାଣି ପଂଚାୟତର ସଭାପତି ,ସମ୍ପାଦକ, ସଦସ୍ୟ ଓ କୃଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.