Home ଜିଲ୍ଲା ପରିକ୍ରମା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ସମୀକ୍ଷା,ଚାଷୀ ପଂଜିକରଣ ଓ ଧାନ ପରବର୍ତୀ ଫସଲ ଉତ୍ପାଦନ...

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ସମୀକ୍ଷା,ଚାଷୀ ପଂଜିକରଣ ଓ ଧାନ ପରବର୍ତୀ ଫସଲ ଉତ୍ପାଦନ ଉପରେ ଗୁରୁତ୍ୱ

20

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଚାଷୀ ପଂଜିକରଣ କାର୍ଯ୍ୟକୁ ସଠିକ୍ ଭାବେ ସଂପାଦନ କରିବା ସହ ଧାନ ଅମଳ ପରେ, ପରବର୍ତୀ ଫସଲ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସାକସେନା ଗୁରୁତ୍ୱ ଦେଇଛନ୍ତି। ଗତକାଲି ନିର୍ଦ୍ଦେଶକ ସାକସେନା ଭଦ୍ରକ ଗସ୍ତରେ ଆସି ଜିଲାରେ ଚାଲିଥିବା କୃଷି ବିଭାଗର ବିଭିନ୍ନ ଯୋଜନାକୁ ସମୀକ୍ଷା କରିଥିଲେ। ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ଡିଆରସିଏସ୍ ଦୁଖିଆ ଟୁଡୁ, ମାର୍କଫେଡ୍ ଏରିଆ ମେନେଜର ରାଜକିଶୋର ଦାସଙ୍କ ସହ ୭ଟି ବ୍ଲକ୍‌ର କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟତଃ ଜିଲାରେ ଚାଲିଥିବା ପ୍ରକୃତ ଚାଷୀଙ୍କ ଚିହ୍ନଟ ପାଇଁ ଚାଷୀ ପଂଜିକରଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀ ପଂଜିକରଣ ସମୟରେ ପଂଚାୟତ ଓ ଗାଁ ମାନଙ୍କରେ କ୍ୟାମ୍ପ କରି ଆର.ଆଇ ଓ ଗ୍ରାମ୍ୟ କୃଷି କର୍ମଚାରୀମାନେ ଚାଷୀମାନଙ୍କ ସହାୟତାରେ ତୃଟିଶୂନ୍ୟ ଭାବେ ପଂଜିକରଣ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଜିଲାରେ ଧାନ ଅମଳ ପରେ ପରବର୍ତୀ ଫସଲ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଚଳିତ ୨୦୨୫-୨୬ ରେ ରବିରେ ଜିଲାରେ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବିଭିନ୍ନ ଫସଲ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ। ଚଳିତ ରବିରେ ସନଫ୍ଲାଓାର ୩ ଶହ ହେକ୍ଟରରେ ଚାଷ କରାଯିବା ସହ ଚିନା ବାଦାମ ୨ ଶହ ହେକ୍ଟର, ସୋରିଷ ୧୨ ଶହ ହେକ୍ଟର ଓ ରାଶି ୨ ଶହ ହେକ୍ଟର ମୋଟ ୧୯ ଶହ ହେକ୍ଟରରେ ତୈଳବୀଜ ଓ ୧୮ ହଜାର ହେକ୍ଟରରେ ମୁଗ, ବିରି ଡାଲିଜାତୀୟ ଚାଷ ହେବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ସେହିପରି ଡିଜିଟାଲ କ୍ରପ୍ ସର୍ଭେ କ୍ଷେତ୍ରରେ ସ୍ୱଚ୍ଛତା ରଖିବା ସହ ନମୁନା ମାଟି ସଂଗ୍ରହ ଓ ତାର ପରୀକ୍ଷା ସଠିକ୍ କରିବାକୁ ପରାମର୍ଶ ଦେଇଥିଲେ। ଏବଂ ଜିଲାରେ ବିହନ ଆବଂଟନ ପ୍ରକ୍ରିୟାର ସମୀକ୍ଷା କରିଥିଲେ। ଚାଷୀମାନଙ୍କୁ ସହଜ ଓ ସୁବିଧାରେ କିପରି ଉନ୍ନତମାନର ସାର ଉପଲବ୍ଧ ହେବ, ତାହା ଉପରେ ଗୁରୁତ୍ୱ ଦେଇଥିଲେ। ସିଏମ୍ କିସାନ ଯୋଜନାରେ କୃଷକମାନଙ୍କର ପଂଜିକରଣ କାର୍ଯ୍ୟ ଶୀଘ୍ର ସାରିବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.