Home ଜିଲ୍ଲା ପରିକ୍ରମା କୃଷି ଅଧିକାରୀର ପରିଚୟ ଦେଇ ଠକିଲେ ଯୁବକ, ବଳି ପଡ଼ିଲେ ନିରୀହ ପରିବା ବ୍ୟବସାୟୀ

କୃଷି ଅଧିକାରୀର ପରିଚୟ ଦେଇ ଠକିଲେ ଯୁବକ, ବଳି ପଡ଼ିଲେ ନିରୀହ ପରିବା ବ୍ୟବସାୟୀ

17

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଂଚଳ ଦିହୁଡ଼ି ଆନନ୍ଦପୁର ଅଂଚଳର ଅବସରପ୍ରାପ୍ତ ଶିକ୍ଷକ ଏକ ବଡ ଧରଣ ଠକେଇ ରେ ଶିକାର ହୋଇଛନ୍ତି। ତାଙ୍କ ଅଞ୍ଚଳରେ ସରକାରୀ କୃଷି ଯନ୍ତ୍ରପାତି ବିତରଣ ଦୋକାନ ଖୋଲିବା ନାଁରେ ଚଂଚକତା କରି ଅବସରପ୍ରାପ୍ତ ଶିକ୍ଷକ ଅଜୟ ଦାସ ଙ୍କ ଠାରୁ ୭୧ ହଜାର ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ଧାମନଗର ଥାନା ପୋଲିସ କେଶ୍ ନଂ. ୫୫୩/୨୪ ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୩୧୮ (୪) ଓ ୩୧୯ (୨)ରେ ଦଫା ଲଗାଯାଇଛି। ନିଜକୁ ସରକାରୀ କୃଷି ଅଧିକାରୀ କହି ଠକେଇ କରିଥିବା ଦଫାରେ ପୋଲିସ ତଦନ୍ତ କରୁଛି। ପ୍ରାଥମିକ ଭାବେ ଦୋବଲ ଷ୍ଟେଟ ବ୍ୟାଙ୍କର ସୂଚନା ଆଧାରରେ ମୁସ୍ତଫାପୁର ଅଂଚଳର ସେକ ଶାହାଜାନ ଅଲ୍ଲି କାଦ୍ରି କୁ ଥାନାରେ ଆଣି ଅଟକ ରଖିଥିଲା। ତେବେ ଶାହାଜାନ ଅଲ୍ଲିର କହିବା କଥା ଯେ ୨୦ ତାରିଖ ଦିନ ଜଣେ ଯୁବକ ଆସି ମୋତେ ଅନୁରୋଧ କଲେ। କହିଲେ ମୋର ଆକାଉଂଟରେ ପ୍ରୋବଲେମ ରହିଛି। ଟଙ୍କା ଉଠି ପାରୁନି। ତୁମେ ଟିକେ ଏହି ଚେକ ନେଇ ତୁମ ନାଁରେ ଉଠାଇ ମୋତେ ଦେଇଦିଅ। ଏଣୁ ତାକୁ ବିଶ୍ୱାସ କରି ମୁଁ ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଇ ତାଙ୍କୁ ଦେଇ ଦେଇଥିଲି। ହେଲେ ସେ ଲୋକଙ୍କୁ ମୁଁ ଜାଣିନାହିଁ।ଡିସେମ୍ବର ୨୦ ତାରିଖ ସକାଳ ୧୧ ଟା ସମୟରେ କେହି ଜଣେ ବ୍ୟକ୍ତି ଅଜୟ ଦାସଙ୍କ ଘରେ ପହଂଚିଥିଲେ। ସେତେବେଳେ ସେ ପଣସ ମାହାରା ଠାରେ ଥିବା ଉତର ବାହିନୀ ମଠରେ ପ୍ରଭୁ ଜଗନ୍ନାଥଙ୍କ ସେବା କରୁଥିଲେ। ଘରୁ ସୂଚନା ପାଇ ମଠରେ ପହଂଚିଥିଲେ। ନିଜକୁ ଭଦ୍ରକ ଜିଲ୍ଲା କୃଷି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ସହ ମଠ ବାଡ଼ି ବୁଲି ଦେଖିଥିଲେ। ଏହାପରେ ଅଜୟ ଙ୍କ ବଡ଼ ଭାଇ ପୂର୍ବତନ ସରପଂଚ ବିଜୟ କୁମାର ଦାସ ତାଙ୍କୁ ଏଠାକୁ ପଠାଇଥିବା କହିଥିଲେ। କଥାବାର୍ତା ଭିତରେ ସେ କହିଥିଲେ କି, ଆପଣ ଜଣେ ଉତମ ଚାଷୀ ବୋଲି କୃଷି ବିଭାଗ ପାଖରେ ରେକର୍ଡ ରହିଛି। ଏଣୁ ଆପଣଙ୍କ ଜରିଆରେ ଏହି ପାଖ ଛକରେ ସରକାର ଗୋଟିଏ କୃଷି ଯନ୍ତ୍ରପାତି ବିତରଣ କେନ୍ଦ୍ର ଖୋଲିବାକୁ ଚାହୁଁଛନ୍ତି। ଏ ବାବଦରେ ଆପଣଙ୍କୁ ସବସିଡି ଟଙ୍କା ମିଳିବ ଓ ଆନୁସଙ୍ଗିକ ସୁବିଧା ମିଳିବ। ଏଥିପାଇଁ ଲାଗିବାକୁ ଥିବା ଗୋଟିଏ ସରକାରୀ ସୂଚନା ଫଳକ ବାବଦରେ ହଜାରେ ଟଙ୍କାର ଚେକ ପ୍ରଦାନ କରିବାକୁ ହେବ। ହେଲେ ସେହି ହଜାରେ ଟଙ୍କା ଆପଣଙ୍କୁ କ୍ୟାଶ ଆକାରରେ ମୁଁ ଦେଇ ଦେବି କହିଥିଲା ସଂପୃକ୍ତ ଠକ ଜଣକ। କିନ୍ତୁ ଅଜୟ ତାଙ୍କୁ ବିଶ୍ୱାସକୁ ନେଇଥିଲେ। ଆଉ ଘରକୁ ଆସି ଏକ ଚେକ ଦେଇଥିଲେ। ଏତିକି ବେଳେ ସଂପୃକ୍ତ ଠକ ଚେକ ପୂରଣ କରିଥିଲେ। ଆଉ ଅଜୟ ଙ୍କୁ ଦେଇଥିଲେ ଦସ୍ତଖତ କରିବା ଲାଗି। ହେଲେ ଅଜୟ ସେ ଚେକ ଟି କୁ ଆଉ ନଜର ଦେଇନଥିଲେ। ସଂଖ୍ୟାରେ ଓ ଅକ୍ଷରରେ ଲେଖା ହୋଇଥିବା ସ୍ଥାନରେ ବାଁ ପଟକୁ ଯେ ଜାଗା ଛଡ଼ା ଯାଇଛି, ତାକୁ ଧ୍ୟାନ ଦେଇନଥିଲେ ଅଜୟ। ଏହାପରେ ସଂପୃକ୍ତ ଠକ ସେଠାରୁ ପଳାଇ ଥିଲା। ପରେ ଦୋବଲ ଷ୍ଟେଟ ବ୍ୟାଙ୍କରୁ ଦିନ ୧ ଟା ୪ ସମୟରେ ୭୧ ହଜାର ଟଙ୍କା ଉଠାଯାଇଥିବା ନେଇ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା। ଦୁଇ ଦିନ ପରେ ସେ କୌଣସି କାରଣରୁ ଆକାଉଂଟ ଚେକ କରିବାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଆକାଉଂଟ ରୁ ୭୧ ହଜାର ଟଙ୍କା ଉଠା ଯାଇଛି। ଏନେଇ ସେ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଦୋବଲ ଷ୍ଟେଟ ବ୍ୟାଙ୍କରେ ପହଂଚି ତଦନ୍ତ କରିଥିଲା। କେବଳ ଅଜୟ ଦାସ ନୁହଁନ୍ତି। କିଛି ଦିନ ତଳେ ଆଉ ୨ ଜଣ ଶିକ୍ଷକ ଙ୍କୁ ମଧ୍ୟ ସମାନ ଢଙ୍ଗରେ ଠକାଇଛି ସଂପୃକ୍ତ ଯୁବକ। ମୁସ୍ତଫାପୁର ପଂଚାୟତର ଗୋବିନ୍ଦାଗଡ଼ିଆ ଅଂଚଳର ଚନ୍ଦ୍ରଶେଖର ରାଉତ ଓ ଚୁଡ଼ାକୁଟି ଅଂଚଳର ଆଉ ଜଣେ ଶିକ୍ଷକ ମଧ୍ୟ ସେହି ୭୧ ହଜାର ଟଙ୍କା ଲେଖାଏଁ ଠକାମିର ଶିକାର ହୋଇଛନ୍ତି। ସୁଚନା ଥାଉ କି ଏପରି ଏକ ଘଟଣା ଧାମନଗର ଡ଼ାକ୍ତର ଖାନା ର ଡ଼ାକ୍ତର ଶ୍ରୀମାଧବ ସେଠୀ ଏପରି ଏକ ଶାଇବର ଠକ ରେ ଶିକାର ହୋଇ ୧ ଲକ୍ଷ ଟଙ୍କା ହରାଇଛନ୍ତି। ତେବେ ଠକ ମାନେ ଏବେ ଡ଼ାକ୍ତର ଓ ଶିକ୍ଷକ ଙ୍କ ଉପରେ ନଜର ରଖି ଏପରି ଅଭିନବ ଉପାୟରେ ଟଙ୍କା ଲୁଟ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.