Home ଜିଲ୍ଲା ପରିକ୍ରମା କୃଷିମନ୍ତ୍ରୀ ବଲାଙ୍ଗି ପାର୍କ କାର୍ଯ୍ୟ ସମୀକ୍ଷା କରି ଜଳାଶୟରେ ମାଛ ଛାଡ଼ିଲେ

କୃଷିମନ୍ତ୍ରୀ ବଲାଙ୍ଗି ପାର୍କ କାର୍ଯ୍ୟ ସମୀକ୍ଷା କରି ଜଳାଶୟରେ ମାଛ ଛାଡ଼ିଲେ

75

ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆ ଢାଂଚାରେ ପରିକଳ୍ପନା ଯାଇଥିବା ନୟାଗଡ଼ ବଲାଙ୍ଗୀ ପାର୍କର କାର୍ଯ୍ୟକୁ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମୀକ୍ଷା କରିଛନ୍ତି। ଗୁରୁବାର ମନ୍ତ୍ରୀ ଡ.ସାହୁ ବଲାଙ୍ଗୀପାର୍କ ପରିଦର୍ଶନରେ ଗସ୍ତ କରି ଏହାର ଅଗ୍ରଗତି ଉପରେ ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପାର୍କର କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ ସେଥିପ୍ରତି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବଲାଙ୍ଗୀପାର୍କରେ କରାଯାଇଥିବା ବିରାଟ ଜଳାଶୟରେ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସହାୟତାରେ ମନ୍ତ୍ରୀ ନିଜେ ମାଛ ଛାଡ଼ିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ପୌରାଂଚଳର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନା, ଜିଲ୍ଳା ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ରାଉତ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ବଳିୟାରସିଂ ଓ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.