Home Top News କୃଷକ ଆନ୍ଦୋଳନ : ସଂସଦରେ ଆମ୍ ଆଦମୀ ପାର୍ଟି ସାଂସଦଙ୍କ ପ୍ରଧାନମନ୍ତ୍ରୀ ଆଗରେ ବିରୋଧ ପ୍ରଦର୍ଶନ...

କୃଷକ ଆନ୍ଦୋଳନ : ସଂସଦରେ ଆମ୍ ଆଦମୀ ପାର୍ଟି ସାଂସଦଙ୍କ ପ୍ରଧାନମନ୍ତ୍ରୀ ଆଗରେ ବିରୋଧ ପ୍ରଦର୍ଶନ – ‘କଳା ଆଇନ ଫେରାଇ ନିଅ’ ନାରା

36

ନୂଆ ଦିଲ୍ଲୀ ୨୫ ଡିସେମ୍ବର (ଓଡ଼ିଆ ପୁଅ) ଆମ୍ ଆଦମୀ ପାର୍ଟିର ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସଂସଦ ଗୃହରେ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ହାତରେ ପ୍ଲାକାର୍ଡ ଧରି ଏଏପି ସାଂସଦ ସଞ୍ଜୟ ସିଂ ଏବଂ ଭଗବନ୍ତ ମାନ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ସ୍ଲୋଗାନ ଦେଇଥିଲେ। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦୀ ମୋହନ ମାଲଭିଆ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସେଣ୍ଟ୍ରାଲ ହଲକୁ ଯାଇଥିଲେ।

ସାଂସଦ ସଞ୍ଜୟ ସିଂ ସଂସଦ ଗୃହର ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଏଥିରେସେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କୃଷକ ବିରୋଧୀ କଳା ଆଇନ ଫେରାଇ ନିଅ, ଅନ୍ନ ଦାତା ଥଣ୍ଡାରେ ମରୁଛନ୍ତି, ଏଏସପି ଗ୍ୟାରେଣ୍ଟି ଦିଅ, ଆଦି ଅନେକ ନାରା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.