Home ଜିଲ୍ଲା ପରିକ୍ରମା କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାକିଷାନ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାକିଷାନ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

74

ଢେଙ୍କାନାଳ ୬/୭ (ଓଡ଼ିଆ ପୁଅ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କ ପ୍ରତି ଚରମ ଉଦାସୀନତା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ କୃଷକମାନଙ୍କ ବିଭିନ୍ନ ସମସ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଚାଷୀ ସେମାନଙ୍କର ଧାନଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଉତ୍ପାଦନ ଖର୍ଚ୍ଚର ପ୍ରକୃତ ମୂଲ୍ୟ ପାଇ ପାରୁ ନାହାନ୍ତି। ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରଟିଏ ନାହିଁ। ସରକାରଙ୍କ ବିଭିନ୍ନ କୃଷି ଯୋଜନାର ଅର୍ଥ ଚାଷୀଙ୍କ ନିକଟରେ ବାସ୍ତବ କ୍ଷେତ୍ରରେ ପହଞ୍ଚୁ ନାହିଁ। ଜିଲ୍ଲାର ଆମ୍ବଏକ ପ୍ରମୁଖ ଅର୍ଥକରୀ ଫସଲ ହୋଇଥିବାରୁ କୋଟି କୋଟି ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଆମ୍ବ ହବ୍‌ଟି ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ିଛି। ଜଳ ସେଚନ ବ୍ୟବସ୍ଥା ଠପ୍। ଉଠା ଜଳସେଚନ ପଏଣ୍ଟଗୁଡ଼ିକ ଅଚଳ ହୋଇ ପଡ଼ିରହିଛି। ଏଥି ପାଇଁ କ୍ରମାଗତ ଭାବେ ବହୁଚାଷୀ ଚାଷ ଛାଡ଼ିବାକୁ ବାଧ୍ୟ ହେଲେଣି। ଏଭଳି ସମ୍ବେଦନଶୀଳ ପରିସ୍ଥିତିକୁ ନେଇ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧୀ ମନ୍ଦିରଠାରେ ଜିଲ୍ଲା କିଷାନ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ୪ ତାରିଖ ଦିନ ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ର ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ପିସିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରରେ ଚାଷ ଓ ଚାଷୀର ବିକାଶ ହେବା ପରିବର୍ତ୍ତେ ବିନାଶ ଘଟିଛି। ଚାଷୀ ଆଜି ତା’ର ଉତ୍ପାଦିତ ଶସ୍ୟର ଉଚିତ୍ ମୂଲ୍ୟ ପାଇ ପାରୁନାହିଁ। ସରକାର ମଧ୍ୟ ଉତ୍ପାଦିତ ଦ୍ରବ୍ୟକୁ ଠିକଣା ସମୟରେ କ୍ରୟ କରୁ ନାହାନ୍ତି। ଫଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଭୟ ସରକାରଙ୍କ ଏପରି ନୀତିକୁ ଶ୍ରୀ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି। ଓଡ଼ିଶାର ପୂର୍ବତନ ପଞ୍ଚାୟତ ଓ ଗଣଶିକ୍ଷା ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏଆଇସିସି ସଦସ୍ୟା ସୁଭାସିନୀ ମହାଖୁଡ଼, ବରିଷ୍ଟ କଂଗ୍ରେସ ନେତା ପ୍ରେମ ଶଙ୍କର ମିଶ୍ର, ସୁନିଲ ଦାସ ପ୍ରମୁଖ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା ସମାଧାନ କରିବାରେ ସରକାରଙ୍କ ବିଫଳତା ଉପରେ ଉଦବୋଧନ ଦେଇଥିଲେ। ଜିଲ୍ଲା ସଭାପତି ଶ୍ରୀ ସାହୁ ସରକାରଙ୍କ ଏପରି କୃଷିନୀତିକୁ ତୀବ୍ର ବିରୋଧ କରିବା ସହ ଆଗାମୀ ଦିନରେ କିଷାନ କଂଗ୍ରେସ ତରଫରୁ ଜିଲ୍ଲାର କୃଷି ଓ କୃଷକମାନଙ୍କ ସମସ୍ୟା ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଜିତେନ୍ଦ୍ର କୁମାର ସାହୁ, ନଗର କଂଗ୍ରେସ ସଭାପତି ହାଇଦର ମହମ୍ମଦ, ଉପଦେଷ୍ଟା କୈଳାଶ ଚନ୍ଦ୍ର ରାଉତ, ଅମର ସେନାପତି, ନକୁଳ ରାଉତ, ହେମନ୍ତ ବେହେରା, କୁଞ୍ଜ ବିହାରୀ ସାହୁ, ମୁରଲୀଧର ପ୍ରଧାନ, ରଥ ସେଠୀ, ଗୋପାଳ ଚନ୍ଦ୍ର ରାଉତ, ପିତବାସ ବେହେରା, ତ୍ରୀନାଥ ପଣ୍ଡା ପ୍ରମୁଖ ବିଭିନ୍ନ ବ୍ଳକର ଚାଷୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.