Home କେନ୍ଦୁଝର କୃତ୍ତି ଛାତ୍ରଛାତ୍ରୀଙ୍କୁ ବାବାଜି ଚରଣ ଜେନା ମେମୋରିଆଲ ମେଧା ସମ୍ମାନ ପ୍ରଦାନ

କୃତ୍ତି ଛାତ୍ରଛାତ୍ରୀଙ୍କୁ ବାବାଜି ଚରଣ ଜେନା ମେମୋରିଆଲ ମେଧା ସମ୍ମାନ ପ୍ରଦାନ

51

ହାଟଡ଼ିହି, ୧୬/୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଟିଏମ ଏକାଡେମୀ ଡଅଁରର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ବାବାଜି ଚରଣ ଜେନା ମେଧା ସମ୍ମାନ ପ୍ରଦାନ କରାଯାଇଛି । ବାବାଜି ଚରଣ ଜେନାଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ମହେଶ୍ୱର ଜେନା ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରିଆସୁଛନ୍ତି । ୨୦୨୦ବର୍ଷରେ ମାଟ୍ରିକ ପରୀକ୍ଷାରେ କୃତ୍ତିତ୍ୱ ହାସଲ କରିଥିବା ଏହି ବିଦ୍ୟାଳୟର ଛାତ୍ରୀ ସଞ୍ଜିବନୀ ନାୟକ ଓ ଚଳିତବର୍ଷର କୃତ୍ତିଛାତ୍ରୀ ସ୍ମୃତିପ୍ରଭା ଦାସଙ୍କୁ ବାବାଜି ଚରଣ ଜେନା ମେଧା ସମ୍ମାନ ପ୍ରଦାନ କରାଯାଇଛି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଦୁଇଛାତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସୁପୁତ୍ର ସାଗର ଚନ୍ଦ୍ର ଜେନା, ଅକ୍ଷୟ କୁମାର ସାହୁ ଉର୍ମିଳା ଜେନା, ସତ୍ୟଭାମା ବାରିକ, ଉଷାରାଣୀ ରାଉତରାୟ, ଲକ୍ଷ୍ମୀଧର ଜେନା, ନିରୋଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.