ଭୁବନେଶୂର, ୩୦.ମଇ (ଓଡ଼ିଆ ପୁଅ) : ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ୍ (ସିୱାଇସିଡି) ଏବଂ ଓଡିଶା ସରକାରଙ୍କ ଡ୍ରୋନ୍ ଫର ହ୍ୟୁମାନିଟି ଅଧୀନରେ ଥିବା ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମରେ କୋଭିଡ-୧୯ ଯୋଦ୍ଧାଙ୍କ ପାଇଁ ‘ଧନ୍ୟବାଦ ଅର୍ପଣ’ ସମାରୋହ ଆୟୋଜନ କରାଯାଇଥିଲା, ଯେଉଁଠାରେ ଡ୍ରୋନ ସାହାଯ୍ୟରେ କୋଭିଡ-୧୯ର ଯୋଦ୍ଧାଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏକତା ଏବଂ କୃତଜ୍ଞତାର ଅଙ୍ଗଭଙ୍ଗୀ ଭାବରେ। ଏହି କାର୍ଯ୍ୟକ୍ରମଟି କମିଶନରେଟ ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଥିଲା, ଯେଉଁଠି ପୋଲିସ୍ କମିଶନର, ଡେପୁଟି କମିଶନର ପୋଲିସ ଏବଂ ଅତିରିକ୍ତ କମିଶନର ପୋଲିସଙ୍କ ସହ ସମସ୍ତ ପୋଲିସ କର୍ମଚାରୀଙ୍କ ଉପସ୍ଥ୍୍୍ିତି ରେ ହୋଇଥିଲା ଯେଉଁମାନେ ଆଜି ପର୍ଯ୍ୟନ୍ତ କିଛି ଚଳଚିତ୍ର କଳାକାରଙ୍କ ସହିତ କୋଭିଡ-୧୯ର ପ୍ରତିକ୍ରିୟା ପାଇଁ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି।
ଉହାମାରୀର ମୁକାବିଲା ପାଇଁ ଡ୍ରୋନ ଫର ହ୍ୟୁମାନିଟି ଦ୍ୱାରା ହ୍ୟୁମାନିଟାରୀ ଏଡ୍ ଇଣ୍ଟରନ୍ୟାସନାଲ୍ (ଏଚଏଆଇ) ଅଧୀନରେ ଡ୍ରୋନ ପ୍ରକଳ୍ପ ଏକୀକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରକଳ୍ପ ଅଧୀନରେ ଡ୍ରୋନଗୁଡିକ ବଜାର ସ୍ଥ୍୍୍ାନରେ ଜୀବାଣୁ ନିରାକରଣକାରୀ ସ୍ପ୍ରେ କରିବା, କୋଭିଡ ନିୟମ ଉପରେ ନଜର ରଖିବା, ସରକାରଙ୍କୁ ଏହି କୋଭିଡ-୧୯ର ସଙ୍କଟ ସମୟରେ ଜନସଚେତନା ଏବଂ ମାଇକ୍ରୋ ସିସିଟିଭି ପାଇଁ ନିୟୋଜିତ କରାଯାଇଥିଲା, ଯାହା ଦ୍ୱାରା ଓଡିଶାର ପରିସ୍ଥ୍୍୍ିତି ଉପରେ ନଜର ରଖିବା ସହଜ ହେଉଛି। ଭୁବନେଶୂର ମହାନଗର ନିଗମ, କଟକ ମହାନଗର ନିଗମ, ଟ୍ୱିନ୍ ସିଟି କମିଶନରେଟ ପୋଲିସ ଏବଂ ଯାଯପୁର ଜିଲ୍ଲା ପ୍ରଶାସନର ସହଯୋଗରେ ଡ୍ରୋନ ଫର ହ୍ୟୁମାନିଟି (ଏଚଏଆଇ) ଦ୍ୱାରା ସିୱାଇସିଡି, ଜେନେରାଲ ଆରୋମଟିକ୍ସ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ବାଙ୍ଗାଲୋର, ହେଲପ୍ ବଟ, ଉଭିଏସନ୍ ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇଛି।
ପାଇଲଟ ଆଧାରରେ, ଡିଏଫଏଚ ସରକାରୀ ଏବଂ ନାଗରିକ ସମାଜ ସଂଗଠନର ୧୨ ଜଣ ପ୍ରାର୍ଥୀ ଙ୍କୁ ଡ୍ରୋନ ପାଇଲଟ ଭାବରେ ତାଲିମ ଦେଇଥିଲେ, ଯେଉଁମାନେ ଭବିଷ୍ୟତରେ ଏହି କାର୍ଯ୍ୟକଳାପ କରିବେ ଯେଉଁଥିରୁ ପ୍ରଥମ ଥର ପାଇଁ ଓଡଶାରେ ଦୁଇ ମହିଳା ଡ୍ରୋନ ପାଇଲଟ୍ ଆନୁଷ୍ଠାନିକ ଭାବରେ ପ୍ରଦର୍ଶନ କରିବାକୁ ମନୋନୀତ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଅତୀତରେ ଡିଏଫଏଚ ଡାକ୍ତର, ନର୍ସ ଏବଂ ସଫେଇ କର୍ମଚାରୀଙ୍କ ପାଇଁ ୟୁନିଟ ୬ ରେ ସମାନ ଭାବରେ ଏକ ‘ଧନ୍ୟବାଦ ଅର୍ପଣ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଠାରେ ଡ୍ରୋନ ମାଧ୍ୟମରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ଜଣାଇଥିଲେ।
ଏହି ଅବସରରେ ଡ୍ରୋନ ଫର ହ୍ୟୁମାନିଟିର ପ୍ରତିଷ୍ଠାତା ଶ୍ରୀ ନୀଳମାଧବ ପ୍ରୃଷ୍ଟି କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ଡ୍ରୋନର ଉପଲବ୍ଧତା ସହିତ, ମୁଁ ଓଡିଶାର ଡ୍ରୋନ ରାଜଧାନୀ ହେବାର କଳ୍ପନା କରିପାରୁଛି। ଆମେ ଆଶା କରୁଛୁ ଓଡିଶା ସରକାର ଖୁବ୍ ଶୀଘ୍ର ଡ୍ରୋନ ଉପରେ ଏକ ବୌଷୟିକ ବାଣିଜ୍ୟ ଆରମ୍ଭ କରିବେ, ଯେଉଁଠାରେ ଭବିଷ୍ୟତରେ ଛାତ୍ରଛାତ୍ରୀ ସେମାନଙ୍କ ନିୟମିତ ଏକାଡେମିକ ପାଠ୍ୟକ୍ରମରେ ଉପକୃତ ହେବେ”।
ପୂର୍ବରୁ ସଙ୍କଟ ପରିଚାଳନା ସମୟରେ ସବୁଠାରୁ ବଡ ଆହ୍ୱାନ ଥିଲା ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚିବା, ବର୍ତମାନ ଏହି ଡ୍ରୋନ ପ୍ରଯୁକ୍ତିବିଦ୍ୟା ସହିତ ଏହା ସମ୍ଭବପର, “ମୁଁ ଅନୁଭବ କରୁଛି ଯେ ଏହା ବର୍ତମାନ ସହଜ ହୋଇଯାଉଛି ଏବଂ ଭବିଷ୍ୟତରେ ସଙ୍କଟ ଚତୁର ଉପାୟରେ ପରିଚାଳନା ହୋଇପାରିବ, ଶ୍ରୀ ଜଗଦାନନ୍ଦ, ପ୍ରତିଷ୍ଠାତା ତଥା ମେଣ୍ଟର, ସିୱାଇସିଡି କହିଛନ୍ତି”।