Home ଜିଲ୍ଲା ପରିକ୍ରମା କୂଳ ଲଘିଂଲା ବୈତରଣୀ, ନଦୀ-ପଥ-କ୍ଷେତ ଏକାକାର, ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥରେ ଚାଲିଲା ୨ ଫୁଟ ଉଚ୍ଚରେ...

କୂଳ ଲଘିଂଲା ବୈତରଣୀ, ନଦୀ-ପଥ-କ୍ଷେତ ଏକାକାର, ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥରେ ଚାଲିଲା ୨ ଫୁଟ ଉଚ୍ଚରେ ବନ୍ୟାପାଣି

6

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୪ଦିନ ହେବ ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନଦୀରେ ବନ୍ୟାପାଣି ବୃଦ୍ଧି ପାଇବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଆରଡି ନିକଟ ବୋଡକ ଠାରେ ବୈତରଣୀ ନଦୀ କୂଳ ଲଘିଂବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତିୟରାଜପଥ ଉପରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ନଦୀ-ପଥ-କ୍ଷେତ ଏକାକାରା ହୋଇଯାଇଛି। ଏପରିକି ଯାତାୟତ ଠପ୍ ହୋଇଯାଇଥିବାରୁ ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିଛି। ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇପଡ଼ିବା ସହ ଉଚ୍ଚ ଜୁଆର ଢେଉ ଆସୁଥିବାରୁ ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି। ଫଳରେ ବନ୍ୟାପାଣି ଗାଁ ଦାଣ୍ଡ ଓ ଘରେ ପସିଥିବାରୁ ବିପନ୍ନଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ୪ଟି ପଂଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ ଓ ଗାଁ ଦାଣ୍ଡ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଏପରିକି ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବ ରହିଥିବାରୁ ସ୍ଥାନୀୟ ନଦୀକୂଳିଆ ଲୋକ ପାଳିକରି ଜଗି ରହୁଛନ୍ତି। ତାହା ସହ ମୁଆ ଘୋଷରାରେ ବନ୍ୟାପାଣି ଚାଲିବାରୁ ମୁଆ ଗାଁ ସହ ସନ୍ତରା, ସିଙ୍ଗିପୁର, ବାତୋଳ, ସାନଫଙ୍କି, ପାଲଟପୁର, ବାଙ୍କମୁଆ ଆଦି ୧୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.